Breaking PLUSଦେଶ ବିଦେଶ

ଡବଲ ଡୋଜ ଟିକା ପରେ ବି ୧୦ ଦିନ କ୍ୱାରେଣ୍ଟାଇନ

ଡବଲ ଡୋଜ ଟିକା ପରେ ବି ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ ଭାରତୀୟ । ବ୍ରିଟେନ ତା’ର ଯାତ୍ରା ନିୟମରେ ପରିବର୍ତ୍ତନ କରି ଭାରତୀୟ ଯାତ୍ରୀ ମାନଙ୍କ ପାଇଁ ଏଭଳି ନିର୍ଦ୍ଦେଶ ଜାରି କରିଥିବା ସୂଚନା ମିଳିଛି ।

ଭାରତୀୟ ଯାତ୍ରୀ ଡବଲ ଡୋଜ ଟିକା ନେଇଥିଲେ ବି ୟୁନାଇଟେଡ କିଙ୍ଗଡମ ତାକୁ ଗ୍ରହଣ କରିବ ନାହିଁ । ବ୍ରିଟେନ ସରକାର କହିଛନ୍ତି ଯେ ଯଦି ଆଫ୍ରିକା, ଦକ୍ଷିଣ ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ଭାରତ, ତୁର୍କୀ, ଜୋର୍ଡାନ, ଥାଇଲ୍ୟାଣ୍ଡ, ଋଷ ସମେତ ଅନ୍ୟ ଦେଶରେ ଟିକାକରଣ କରାଯାଇଛି, ତେବେ ସେହି ଟିକା ଗ୍ରହଣୀୟ ନୁହେଁ । ସେମାନଙ୍କୁ କ୍ୟାରେଣ୍ଟାଇନ ନିୟମ ମାନିବାକୁ ପଡ଼ିବ ।

ଚାଲନ୍ତୁ ଜାଣିବା ଏହି ନୂଆ ନିୟମ ବିଷୟରେ –

ଯେଉଁ ଯାତ୍ରୀ ଇଂଲଣ୍ଡ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ୩ ଦିନ ପୂର୍ବରୁ କରୋନା ଟେଷ୍ଟ କରିବାକୁ ପଡିବ । ଇଂଲଣ୍ଡ ପହଞ୍ଚିବାର ଦ୍ୱିତୀୟ ଦିନ ଏବଂ ଅଷ୍ଟମ ଦିନରେ ପୁଣି କରୋନା ଟେଷ୍ଟ କରିବାକୁ ପଡିବ । ଇଂଲଣ୍ଡରେ ପହଞ୍ଚିବାର ଶେଷ ୪୮ ଘଣ୍ଟା ମଧ୍ୟରେ ଯାତ୍ରୀ ଲୋକେଟର୍ ଫର୍ମ ପୂରଣ କରିବେ । ଏହାପରେ ଘରେ କିମ୍ବା ହୋଟେଲରେ ଯାତ୍ରୀ ରହୁଥିଲେ ସେଠାରେ ୧୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ହେବ । ସେହି ସ୍ଥାନ ଛାଡିବା ପୂର୍ବରୁ କୋଭିଡ ଟେଷ୍ଟ କରିବେ ।

ବ୍ରିଟେନର ଏହି ଯାତ୍ରା ନିୟମକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି । ନୀଳ, ଏମ୍ବର ଏବଂ ଲାଲ । ଭାରତକୁ ଏମ୍ବର ଶ୍ରେଣୀରେ ରଖାଯାଇଛି । ଏହି ନିୟମ ବ୍ରିଟେନ୍‌କୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଟିକାକରଣ ସ୍ଥିତି ଉପରେ ନିର୍ଭର କରିବ ।

ସେପଟେ ବ୍ରିଟେନର ଏହି ନୂଆ ଯାତ୍ରା ନିୟମକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତ, ‘କୋଭିସିଲ୍ଡ ଟିକାକୁ ମୂଳ ରୂପେ ବ୍ରିଟେନ୍‌ରେ ବିକଶିତ କରାଯାଇଛି । ପୁନେ ସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏହି ଟିକାକୁ ବ୍ରିଟେନକୁ ମଧ୍ୟ ଯୋଗାଇଛି । ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ବିଚିତ୍ର ଅଟେ । ଏଥିରୁ ଜାତିଭେଦର ଗନ୍ଧ ବାରି ହୋଇପଡୁଛି ବୋଲି ସେ କହିଛନ୍ତି’ ।

Show More

Related Articles

Back to top button