Breaking PLUSଖେଳଦେଶମୁଖ୍ୟ ଖବର

ଘରୋଇ ସିଜନ ଘୋଷଣା କଲା ବିସିସିଆଇ

ଏପ୍ରିଲରେ ଆଇପିଏଲ

ଆଜି ଆପେକ୍ସ କାଉନସିଲ୍ ବୈଠକରେ ବିସିସିଆଇ ଘରୋଇ ସିଜନର ଘୋଷଣା କରିଛି ।  ଭାରତ ୪ ଟେଷ୍ଟ, ୩ ଏକଦିବସୀୟ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିବ । ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଟିମ୍ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ୍ ଖେଳିବେ। ସେହିପରି ଏପ୍ରିଲ୍ ମାସରେ ଖେଳାଯିବ ଆଇପିଏଲ ।

ଟିମ ଇଣ୍ଡିଆର ଘରୋଇ ସିଜନର ନଭେମ୍ବରରୁ ଆରମ୍ଭ ହେବ ଏବଂ ଏହା ଜୁନ୍ ୧୯ ତାରିଖ ଯାଏ ଚାଲିବ । ସର୍ବପ୍ରଥମେ କିୱି ଟିମ୍ ଭାରତ ଗସ୍ତରେ ଆସିବ । ଟି-୨୦ ବିଶ୍ୱକପର ଠିକ୍ ତିନି ଦିନ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ ।  ସିରିଜର ପ୍ରଥମ ମ୍ୟାଚ୍  ନଭେମ୍ବର ୧୭ ତାରିଖରେ ଜୟପୁରରେ ଖେଳାଯିବ । ଏହା ପରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରାଞ୍ଚି ଏବଂ ତୃତୀୟ ଟି-୨୦ କୋଲକାତାରେ ଖେଳାଯିବ । ଟି-୨୦ ପରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୧୫ ଏବଂ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇରେ ଆରମ୍ଭ ହେବ।

ଏହା ପରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଆସନ୍ତା ବର୍ଷ ଫେବୃଆରୀରେ ପୁଣି ଘରୋଇ ସିଜନ୍ ଆରମ୍ଭ ହେବ । ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ୍ ଟିମ୍ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାକୁ ଭାରତ ଆସିବ । ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ଅହମ୍ମଦାବାଦ, ଦ୍ୱିତୀୟ ମ୍ୟାଚ୍ ଜୟପୁରରେ ଫେବୃଆରୀ ୯ ଏବଂ ତୃତୀୟ ଦିନିକିଆ କୋଲକାତାରେ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ହେବ । ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।

ଏହା ପରେ ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଦୁଇଟି ଟେଷ୍ଟ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଉଭୟ ଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ମାର୍ଚ୍ଚ ୧ ତାରିଖ ଯାଏ ବେଙ୍ଗାଲୁରୁ ଏବଂ ଦ୍ୱିତୀୟ ଟେଷ୍ଟ ମୋହାଲିରେ ମାର୍ଚ୍ଚ ୫ରୁ ୯ ଯାଏ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୩ରେ ମୋହାଲି, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୧୫ରେ ଧର୍ମଶାଳା ଏବଂ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୧୮ରେ ଲକ୍ଷ୍ନୌରେ ଖେଳାଯିବ।

ଶ୍ରୀଲଙ୍କା ଯିବା ପରେ ଭାରତରେ ଏପ୍ରିଲ ମାସରେ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ । ଯେହେତୁ ଆଇପିଏଲର ଏହି ନୂଆ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ, ତେଣୁ ଟୁର୍ଣ୍ଣାମେଣ୍ଟ ଆହୁରି ଲମ୍ବା ହୋଇପାରେ । ଆଇପିଏଲ୍ ପରେ ଜୁନ୍ ମାସରେ ଦକ୍ଷିଣ ଆଫ୍ରିକା ଟିମ୍ ଗସ୍ତ ଗସ୍ତ କରି ଏଠାରେ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ । ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୯ ତାରିଖରେ ଚେନ୍ନାଇ, ଦ୍ୱିତୀୟ ମ୍ୟାଚ୍ ଜୁନ୍ ୧୨ରେ ବେଙ୍ଗାଲୁରୁ, ତୃତୀୟ ମ୍ୟାଚ୍ ଜୁନ୍ ୧୪ରେ ନାଗପୁର, ଚତୁର୍ଥ ମ୍ୟାଚ୍ ଜୁନ୍ ୧୭ରେ ରାଜକୋଟ ଏବଂ ପଞ୍ଚମ ମ୍ୟାଚ୍ ଜୁନ୍ ୧୯ ତାରିଖରେ ଦିଲ୍ଲୀରେ ଖେଳାଯିବ ।

Show More

Related Articles

Back to top button