ଖେଳ

ସେମି ଫାଇନାଲରେ ବାଜି ମାରି ଫାଇନାଲ୍ କୁ ଗଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ବିଶ୍ୱକପ ଫାଇନାଲକୁ ଯୋଗ୍ୟତା ହାସଲ କରିଛି ଭାରତୀୟ କ୍ରିକେଟ ଟିମ୍ । ପ୍ରଥମ ସେମି ଫାଇନାଲର ମହା ଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ଶାମୀଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡ ହାତରୁ ଏହି ବିଜୟକୁ ଛଡ଼ାଇ ଆଣିବାରେ ସଫଳ ହୋଇଛି ରୋହିତ ସେନା । ୨୦୧୧ ପରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ। ଏହାପୂର୍ବରୁ ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପରେ ଭାରତକୁ ସେମି ଫାଇନାଲରୁ ଫେରିଥିଲା । ତେବେ ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ଅତିକ୍ରମ କରି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ବିଜୟର ସୂତ୍ରଧର ସାଜିଛନ୍ତି କିଙ୍ଗ ବିରାଟ କୋହଲି ଏବଂ ଷ୍ଟାର ବୋଲର ମହମ୍ମଦ ଶାମୀ । ବିରାଟଙ୍କ ଶତକ ସହିତ ଶାମୀଙ୍କ ଘାତକ ବୋଲିଂ ଭାରତକୁ ବିଶ୍ୱ କପ ଫାଇନାଲର ଟିକେଟ ପ୍ରଦାନ କରିଛି । ପ୍ରଥମ ଦଳ ଭାବରେ ବିଶ୍ୱ କପ-୨୦୨୩ର ଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ନ୍ୟୁଜିଲାଣ୍ଡକୁ ୩୯୮ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ପିଛା କରି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ଏବଂ ଡାରିଲ ମିଚେଲ ଦଳକୁ ବିଜୟ ଦେବା ପାଇଁ ଚେଷ୍ଟା କରିଥିଲେ । ଡାରିଲ ମିଚେଲ ଏହି ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଏହା ସୁଫଳ ଦେଇ ପାରିନି । ମାତ୍ର ୧୧୯ ବଲରୁ ୯ଟି ଚୌକା ଏବଂ ୭ଟି ବିଶାଳ ଛକା ସହ ୧୩୪ ରନର ଏକ ଧୂଆଧାର ଇନିଂସ ଖେଳିଛନ୍ତି ମିଚେଲ । କିନ୍ତୁ ଶାମୀଙ୍କ ସ୍ୱିଙ୍ଗ ବଲ ଆଗରେ ନ୍ୟୁଜିଲାଣ୍ଡର ବାକି ସମସ୍ତ ଖେଳାଳି ଫେଲ ମାରିଛନ୍ତି । ମିଚେଲଙ୍କ ବ୍ୟତୀତ ୱିଲିୟମସନ ୬୯ ରନର ଏକ ଭଲ ପାଳି ଖେଳିଥିଲେ ଏବଂ ଗ୍ଲେନ ଫିଲିପ୍ସ ୪୧ ରନର ପାଳି ଖେଳିଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ଖେଳାଳି ଶାମୀଙ୍କୁ ସାମ୍ନା କରିବାରେ ସଫଳ ହୋଇନାହାନ୍ତି ।ତେବେ ଟିମ ଇଣ୍ଡିଆ ତରଫରୁ ମହମ୍ମଦ ଶାମୀ ସବାଦିକ 7ଟି ୱିକେଟ ହାସଲ କରି ଏକା ନ୍ୟୁଜିଲାଣ୍ଡ ଉପରେ ଭାରି ପଡ଼ିଛନ୍ତି । ଏହାବ୍ୟତୀତ ଥିବା ବେଳେ ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ୱିଲିୟମସନ ଏବଂ ମିଚେଲ ପଡ଼ିଆରେ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡର ବିଜୟ ସୁନିଶ୍ଚିତ ମନେ ହେଉଥିଲା । କିନ୍ତୁ ୩୩ତମ ଓଭରରେ ସ୍ୱିଙ୍ଗିଙ୍ଗ ଷ୍ଟାର ମହମ୍ମଦ ଶାମୀଙ୍କୁ ବୋଲିଂ ଦେଇଥିଲେ ରୋହିତ । ଏହି ଓଭରରେ ଅଧିନାୟକ କେନ୍ ୱିଲିୟମସନ ଏବଂ ଟମ୍ ଲାଥମଙ୍କ ୱିକେଟ ନେଇ ଟିମ ଇଣ୍ଡିଆକୁ କମବ୍ୟାକ କରାଇଥିଲେ । ଏହାପରେ ଭାରତ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ବିଶ୍ୱକପରେ ତୃତୀୟ ଥର ଚମ୍ପିଆନ୍ ପାଲଟିବା ପାଇଁ ଆଉ ମାତ୍ର ଗୋଟିଏ ପାଦ ପଛରେ ରହିଛି ରୋହିତ ସେନା ।

Show More

Related Articles

Back to top button