ସ୍ୱତନ୍ତ୍ର

ସୃଷ୍ଟି ହେଲା ‘ଦୀର୍ଘତମ ହ୍ୟାଙ୍ଗଓଭର’ର ରେକର୍ଡ

ମଦ୍ୟପାନ କରିବା ପରେ ହ୍ୟାଙ୍ଗଓଭର ହେବା ଏକ ସାଧାରଣ କଥା । ହ୍ୟାଙ୍ଗଓଭର କିଛି ଘଣ୍ଟା ମଧ୍ୟରେ ଚାଲିଯାଇଥାଏ । କିଛି ଲୋକଙ୍କ କ୍ଷେତ୍ରରେ ହ୍ୟାଙ୍ଗଓଭର କମିବା ପାଇଁ ଗୋଟିଏ ଦିନ ଲାଗିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ହ୍ୟାଙ୍ଗଓଭର ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବାରୁ ସେ ବିଶ୍ୱ ରେକର୍ଡ କରିଛନ୍ତି । ଏହି ଘଟଣାଟି ସ୍କଟଲ୍ୟାଣ୍ଡରେ ଘଟିଛି । କିଛି ମାସ ପୂର୍ବରୁ ଏକ ଘରୋଇ ପତ୍ରିକାରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ଲେଖାଯାଇଥିଲା ଯେ, ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତି ଅସ୍ଥିରତା, ମୁଣ୍ଡବିନ୍ଧା ଏବଂ ଅସ୍ପଷ୍ଟ ଦୃଷ୍ଟି ସମ୍ପର୍କରେ ଅଭିଯୋଗ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଶ୍ଚର୍ଯ୍ୟଜନକ କଥା ଏହା ଯେ, ସେ ଏହି ସମସ୍ୟାଗୁଡିକୁ ପାଖାପାଖି ମାସେ ହେବ ସେ ଭୋଗୁଥିଲେ । ଡାକ୍ତର ଦେଖିବା ପରେ ପ୍ରଥମେ ଏ ସମ୍ପର୍କରେ ବୁଝିପାରିଲେ ନାହିଁ ଯେ ସେହି ବ୍ୟକ୍ତିଙ୍କ ସହ କାହିଁକି ଏପରି ସମସ୍ୟା ହେଉଛି । କିନ୍ତୁ ଯେତେବେଳେ ସିଟି ସ୍କାନ୍ କରାଗଲା, ଫଳାଫଳ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ବ୍ୟକ୍ତିର ମସ୍ତିଷ୍କରେ ଏକ ଅଦ୍ଭୁତ ଚାପ ଦେଖିଲେ । ଯେତେବେଳେ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ସହିତ ତାଙ୍କ ଜୀବନଶୈଳୀ ବିଷୟରେ କଥାବାର୍ତ୍ତା ହେଲେ, ସେତେବେଳେ ସବୁ ଘଟଣା ସାମ୍ନାକୁ ଆସିଥିଲା । ବ୍ୟକ୍ତି ଜଣକ ଡାକ୍ତରଙ୍କୁ କହିଥିଲେ ଯେ, ସେ ୬୦ ପଇଣ୍ଟ ଅର୍ଥାତ୍ ପ୍ରାୟ ୨୮ ଲିଟର ବିୟର ପିଇଥିଲେ । ଯେଉଁ କାରଣରୁ ତାଙ୍କ ହ୍ୟାଙ୍ଗଓଭର ଏତେ ସହଜରେ ଯାଉନାହିଁ । ଯେତେବେଳେ ଡାକ୍ତରମାନେ ତାଙ୍କ ରକ୍ତ ପରୀକ୍ଷା କଲେ, ସେତେବେଳେ ଜଣାପଡିଥିଲା ଯେ, ତାଙ୍କ ଶରୀରରେ ଉଚ୍ଚ ସ୍ତରର ଲୁପସ୍ ଆଣ୍ଟିକୋଏଗୁଲାଣ୍ଟ ଅଛି । ଫଳରେ ଏତେ ପରିମାଣର ବିୟର ପିଇବା ହେତୁ ସେହି ବ୍ୟକ୍ତିଙ୍କ ହ୍ୟାଙ୍ଗଓଭର ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ରହିଥିଲା । ତେଣୁ ଲୋକମାନେ ବିୟର ପିଇଥିବା ଲୋକଙ୍କୁ ‘ଦୀର୍ଘତମ ସମୟର ହ୍ୟାଙ୍ଗଓଭର’ ବୋଲି କହିଥିଲେ ।

Show More

Related Articles

Back to top button