ଓଡ଼ିଶା

ବିଶ୍ୱକପ୍ ଟ୍ରଫିକୁ ଅପମାନ କରିବା ପଡିଲା ମହଙ୍ଗା

ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ନାଁରେ ଥାନାରେ ଏତଲା। ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ଆଲିଗଡରେ ଆରଟିଆଇ କାର୍ୟ୍ୟକର୍ତ୍ତା ପଣ୍ଡିତ କେଶବ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ, ମିଚେଲ ମାର୍ଶ ଟ୍ରଫି ଉପରେ ପାଦ ଥୋଇ ସମସ୍ତଙ୍କୁ ଅପମାନିତ କରିଛନ୍ତି। ଏହା ଭାରତର ୧୪୦ କୋଟି ଲୋକଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଛି। ଏହା ସହ ସେ ମିଚେଲଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରିଛନ୍ତି । ଭାରତ ସହ ମିଚେଲଙ୍କ ମ୍ୟାଚ୍ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯାଉ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ଚଳିତ ଦିନିକିଆ ବିଶ୍ୱକପ ୨୦୨୩ରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତକୁ ପରାସ୍ତ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଦଳ। ବିଜେତା ଘୋଷଣା ପରେ ପୁରସ୍କାର ବଣ୍ଟନ ସମାରୋହରେ ବିଶ୍ୱକପ ଟ୍ରଫିକୁ ହାତେଇ ନେଇଥିଲା ଅଷ୍ଟ୍ରେଲିଆ । ଏହା ପରେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଆଉ ସୋସିଆଲ ମିଡିଆରେ ଉତ୍ସବର ଫଟୋ ଏବଂ ଭିଡିଓ ଅପଲୋଡ଼ ମଧ୍ୟ କରାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ଦଳର ଖେଳାଳି ମିଚେଲ ମାର୍ଶଙ୍କ ଏକ ଫଟୋକୁ ନେଇ ବିବାଦ ଦେଖା ଦେଇଥିଲା। ତାଙ୍କର ଏହି ଫଟୋ ଉଠାଇବା ଶୈଳୀକୁ ନେଇ ତାଙ୍କୁ ସବୁଠି କଡା ସମାଲୋଚନା କରାଯାଇଥିଲା । ଉକ୍ତ ଫଟୋରେ ଦେଖା ଦେଇଥିଲା ଯେ ମିଚେଲ ମାର୍ଶ ବିଶ୍ୱକପ ଟ୍ରଫିରେ ପାଦ ରଖି ଭାରତୀୟଙ୍କୁ ଅସମ୍ମାନ କରିଛନ୍ତି।

Show More

Related Articles

Back to top button