Breaking PLUSଦେଶ

ସମଲିଙ୍ଗୀ ବିବାହକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେବାରେ ପ୍ରଥମ ହେଲା ନେପାଳ

ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଆନୁଷ୍ଠାନିକ ଭାବେ ସମଲିଙ୍ଗୀ ବିବାହ ପଞ୍ଜୀକରଣ କରିଛି। ୨୦୧୫ରେ ନେପାଳରେ ଗୃହୀତ ହୋଇଥିବା ସମ୍ବିଧାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯୌନ ଆଭିମୁଖ୍ୟ ଆଧାରରେ କୌଣସି ଭେଦଭାବ କରାଯାଇପାରିବ ନାହିଁ। ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ବୈଧତା ଦେବାର ପାଞ୍ଚ ମାସ ପରେ ସରକାର ବୁଧବାର ଆନୁଷ୍ଠାନିକ ଭାବେ ସମଲିଙ୍ଗୀ ବିବାହର ପ୍ରଥମ ପଞ୍ଜୀକରଣ କରିଛନ୍ତି। ଏଭଳି ସ୍ଥିତିରେ ଏହା ପ୍ରଥମ ଦକ୍ଷିଣ ଏସୀୟ ଦେଶ ଭାବେ ପରିଗଣିତ ହୋଇଛି। ତେବେ ବ୍ଲୁ ଡାଇମଣ୍ଡ ସୋସାଇଟିର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି)ଙ୍କ କହିବା ଅନୁଯାୟୀ, ଜଣେ ୩୫ ବର୍ଷୀୟା ଟ୍ରାନ୍ସମହିଳା ମାୟା ଗୁରୁଙ୍ଗ ଓ ୨୭ ବର୍ଷୀୟା ସମଲିଙ୍ଗୀ ସୁରେନ୍ଦ୍ର ପାଣ୍ଡେଙ୍କ ବିବାହ ଆଇନଗତ ଭାବେ ହୋଇଥିଲା ଏବଂ ସେମାନଙ୍କ ବିବାହ ପଶ୍ଚିମ ନେପାଳର ଲାମଜଙ୍ଗ ଜିଲ୍ଲାର ଡୋର୍ଡି ଗ୍ରାମୀଣ ପୌରପାଳିକାରେ ପଞ୍ଜୀକୃତ ହୋଇଥିଲା। ୨୦୦୭ରେ ନେପାଳରେ ଯୌନ ସଂଖ୍ୟାଲଘୁଙ୍କ ଅଧିକାର ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନର ଆବେଦନ ଉପରେ ନେପାଳର ସୁପ୍ରିମ୍ କୋର୍ଟ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିଲେ। ଏ ସଂପର୍କରେ ସଞ୍ଜୀବ କହିଛନ୍ତି ଯେ ଏହା ଜାଣିବା ପରେ ବହୁତ ଖୁସି ଲାଗୁଛି। ନେପାଳର ତୃତୀୟ ଲିଙ୍ଗସମୁଦାୟ ପାଇଁ ଏହା ଏକ ବଡ଼ ଉପଲବ୍ଧି। କେବଳ ନେପାଳ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଏହା ପ୍ରଥମ ଘଟଣା ଏବଂ ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। “

Show More

Related Articles

Back to top button