Breaking PLUSଓଡ଼ିଶା

ଓଡିଶା ଜଙ୍ଗଲରେ ଦେଖିବାକୁ ମିଳିଛି କଳା ବାଘ

ଓଡିଶାରେ ନଜରକୁ ଆସିଲା କଳା ବାଘ । ପ୍ରଥମ ଥର କ୍ୟାମେରା ଟ୍ରାପରେ ନଜର ଆସିଲା କଳା ବାଘ। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପିସିସିଏଫ । ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା । ତେବେ ଏଥର ବାଘ କେଉଁଠି ଦେଖିବାକୁ ମିଳିଛି ସେନେଇ କୌଣସି ସୂଚନା ମିଳିନାହିଁ । ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ । ସୂଚନା ଅନୁସାରେ ପ୍ରଥମେ ଦେଶର ୮ଟି ରାଜ୍ୟ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଗୋଆ,  ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ ପରେ ନବମ ରାଜ୍ୟ ଭାବେ ଓଡ଼ିଶା  ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା। ଆଉ ଏବେ ପୁଣି ଥରେ ନଜରକୁ ଆସିଲା କଳା ବାଘ।

Show More

Related Articles

Back to top button