Breaking PLUSଅପରାଧଓଡ଼ିଶା

ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା

ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା ଅଭିଯୋଗ ହୋଇଛି। ଗତକାଲି ରାତିରେ ସୌଦାମିନୀ ନିଜ ଘରେ ଫୋନରେ କଥା ହେଉଥିଲେ। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ  ଦୁର୍ବୃତ୍ତଜଣକ ମୁଣ୍ଡକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୌଦାମିନୀ ଜୋରରେ ଚିତ୍କାର କରିଥିଲେ।

ସୌଦାମିନୀ ଯେଉଁ ବ୍ୟକ୍ତି ସହ ଫୋନରେ କଥା ହେଉଥିଲେ ସେ ଘଟଣାସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ସୌଦାମିନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଆସି ଦେଖିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ସୌଦାମିନୀଙ୍କୁ ମୃତ ଘୋଷଣା କରିଥିଲେ।ବର୍ତ୍ତମାନ ଘଟଣାସ୍ଥଳରେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

 

Show More

Related Articles

Back to top button