Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କିଶୋରଙ୍କ ସହ ମିଶ୍ ପାର୍ କରିବୁ 90 ମିଟର ଲକ୍ଷ୍ୟ- ନୀରଜ ଚୋପ୍ରା

ନୂଆଦିଲ୍ଲୀ- ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଆଶାବ୍ୟକ୍ତ କରିଛନ୍ତି ଯେ, ସେ ସହଯୋଗୀ ଆଥଲେଟ କିଶୋର ଜେନାଙ୍କ ସହ ମିଶି ଜାଭେଲିନ ଥ୍ରୋରେ 90ମିଟର ଦୂରତା ପାର୍ କରିପାରିବେ । ନିକଟରେ ଶେଷ ହୋଇଥିବା ଏସୀୟ କ୍ରୀଡାରେ ନୀରଜ 88.88 ମିଟରର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିରେ ନୀରଜଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓଡିଶାର କିଶୋର ଜେନା । କିଶୋର ଜେନା ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି 87.54 ମିଟରର ଥ୍ରୋ କରିଥିଲେ ।
ଭାରତୀୟ ଆଥଲେଟିକ୍ସ ମହାସଂଘ ପକ୍ଷରୁ ଆୟୋଜିତ ଏକ ସମ୍ମାନ ସମାରୋହରେ ନୀରଜ 90ମିଟରର ଚାଲେଞ୍ଜର ପ୍ରଶ୍ନରେ କହିଥିଲେ ଯେ, ମୋର ପ୍ରଶିକ୍ଷଣ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ଖୁବ ଶୀଘ୍ର ସକ୍ଷମ ହେବି । ଏହାସହ ସେ କହିଥିଲେ ଯେ, ମୋର ପୂରା ବିଶ୍ୱାସ ଯେ, ଜେନା ଏବଂ ମୁଁ ଏହାକୁ ଏକ ସଙ୍ଗରେ କରିବୁ । ଆଥଲେଟଙ୍କ ପାଇଁ ଆୟୋଜିତ ଏହି ସମ୍ମାନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ ।

Show More

Related Articles

Back to top button