Breaking PLUSଦେଶମୁଖ୍ୟ ଖବର

ଶସ୍ତା ହେଲା ସିଏନଜି ଓ ପିଏନଜିର ଦାମ

ମହାନଗର ଗ୍ୟାସ ଲିମିଟେଡ୍ (ଏମଜିଏଲ) ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଓ ପିଏନଜି (ପାଇପ୍ ନ୍ୟାଚୁରାଲ ଗ୍ୟାସ୍) ଶସ୍ତା ହୋଇଛି । ଅକ୍ଟୋବର ପହିଲା ଅର୍ଥାତ୍ ୧ ତାରିଖରେ କମ୍ପାନୀ ସିଏନଜିର ଖୁଚୁରା ମୂଲ୍ୟରେ କିଲୋଗ୍ରାମ ପିଛା ୩ ଟଙ୍କା ଏବଂ ଘରୋଇ ପିଏନଜି ମୂଲ୍ୟରେ ୨ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି । ଏନେଇ ଏନଜିଏଲ(ମହାନଗର ଗ୍ୟାସ ଲିମିଟେଡ୍) ଏକ ବିବୃତ୍ତିରେ କହିଛି ଯେ, ସିଏନଜିର ନୂଆ ମୂଲ୍ୟ କିଲୋଗ୍ରାମ ପିଛା ୭୬.୦୦ ଟଙ୍କା ଏବଂ ଘରୋଇ ପିଏନଜିର ନୂଆ ମୂଲ୍ୟ ଏନସିଏମ ପିଛା ୪୭.୦୦ ଟଙ୍କା ହେବ । ତେବେ ଏମଜିଏଲ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳକୁ ସିଏନଜି ଏବଂ ପିଏନଜି ଯୋଗାଏ ।ମହାନଗର ଗ୍ୟାସ ଲିମିଟେଡ ଅନୁଯାୟୀ, ଭାରତ ସରକାରଙ୍କ ଦ୍ୱାରା ଘରୋଇ ଉତ୍ପାଦିତ ହାଇ ପ୍ରେସର ହାଇ ତାପମାତ୍ରା (ଏଚପିଏଚଟି) ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସକୁ ଏମଜିଏଲ ସ୍ୱାଗତ କରୁଛି । ଏହି ହ୍ରାସ ସାଧାରଣତଃ ପ୍ରାକୃତିକ ଗ୍ୟାସ ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ଘରୋଇ ଏବଂ ପରିବହନ ବିଭାଗରେ ପ୍ରାକୃତିକ ଗ୍ୟାସ ବ୍ୟବହାର ବୃଦ୍ଧି କରିବ ।

Show More

Related Articles

Back to top button