ଖେଳ

ମହିଳା ହକି ଚାମ୍ପୟନସିପରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଏସିଆନ୍ ମହିଳା ହକି ଚାମ୍ପୟନସିପରେ ଭାରତ ହାତେଇଛି ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ମଧ୍ୟ ୨୦୧୬ ମସିହାରେ ମହିଳା ଏସିଆନ୍ସ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ହାସଲ କରିଥିଲା ଭାରତ । ଗତ ଥରର ଚାମ୍ପୟନ୍ ଜାପାନଙ୍କୁ ହରାଇ ଏହି ବୃହତ ବିଜୟ ହାତେଇଛି ଭାରତୀୟ ମହିଳା ହକି ଦଳ । ଖବର ଅନୁଯାୟୀ, ରାଞ୍ଚି ସ୍ଥିତ ଜୟପାଲ ସିଂ ହକି ଷ୍ଟାଡ଼ିୟମରେ ଭାରତ ଓ ଜାପାନ ମଧ୍ୟରେ ଏହି ମ୍ୟାଚ୍ ଖେଳା ଯାଇଥିଲା । ଭାରତ ଏହି ମ୍ୟାଚ୍ ରେ ଜାପାନକୁ ୪-୦ ଗୋଲରେ ପରାସ୍ତ କରିଛି । ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ଦମଦାର ପ୍ରଦର୍ଶନ ବଳରେ ଜାପାନଙ୍କୁ ଧରାଶାୟୀ କରିଥିଲେ ଭାରତୀୟ ମହିଳା ହକି ଦଳ । ଟୁର୍ଣ୍ଣାମେଣ୍ଟର ୭ରୁ ୭ଟି ମ୍ୟାଚ୍ ଜିତି ରେକର୍ଡ଼ କରିଛି ଭାରତୀୟ ଦଳ । ଏହି ମ୍ୟାଚ୍ ରେ ଭାରତୀୟ ଟିମ୍ ୨୭ଟି ଗୋଲ ଦେଇଥିବା ବେଳେ ମାତ୍ର ୩ଟି ଗୋଲ ଖାଇଛି । ଅନ୍ୟପଟେ ଚୀନ ୨-୧ ଗୋଲରେ କୋରିଆକୁ ହରାଇଛି । ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଭାରତୀୟ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଓ ଦଳର ସପୋର୍ଟ ଷ୍ଟାଫଙ୍କୁ ଦେଢ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି ।

Show More

Related Articles

Back to top button