Breaking PLUSଦେଶପାଣିପାଗ

ବଢିବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୁଷଣ

ବିଷ ବଳୟରେ ଦିଲ୍ଲୀ-ଏନ୍ସିଆର । କ୍ରମାଗତ ଭାବେ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ବାୟୁ । ବାୟୁ ମାନକ ସୂଚକାଙ୍କ ଗୁରୁତର ଶ୍ରେଣୀରେ ରହିଛି । ଦିଲ୍ଲୀର ଏକ୍ୟୁଆଇ ୫୦୦ ପାର୍ କରି ସାରିଲାଣି । ଏବେ ଦିଲ୍ଲୀର ବାୟୁ ୨୫-୩୦ଟି ସିଗାରେଟର ଧୂଆଁ ସମାନ ହୋଇଯାଇଛି । ସବୁ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଚେତାବନୀ ଦିଆ ହୋଇଛି । ଗର୍ଭବତୀଙ୍କ ପେଟରେ ବଢୁଥିବା ଶିଶୁ ଉପରେ ଏହାର କୁପ୍ରଭାବ ପଡ଼ିବ । ଅନ୍ୟପକ୍ଷରେ ଦିଲ୍ଲୀ ସରକାର ପ୍ରଦୂଷଣ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡକାଇବାକ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।ଖୁବଶୀଘ୍ର ୫ ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣା ପରିବେଶ ମନ୍ତ୍ରୀଙ୍କ ସହ ବୈଠକ ହେବ ।  ପ୍ରଦୂଷଣ ଯୋଗୁଁ ଆଗ୍ରାସ୍ଥିତ ତାଜମହଲ ସମ୍ପୂର୍ଣ୍ଣ ଅଦୃଶ୍ୟ ଭଳି ଦେଖାଯାଉଛି । ଉତ୍ତରପ୍ରଦେଶର ଘାଜିଆବାଦ, ମୋରାଦାବାଦ, ନୋଏଡା, କାନପୁର ଆଦିର ସ୍ଥିତି ବି ବେହାଲ । ପଞ୍ଜାବର ଭତିଣ୍ଡାରେ ବି ପଡିଛି ପ୍ରଦୂଷଣର ପ୍ରଭାବ ।  ସେପଟେ ପଞ୍ଜାବରେ ନଡା ଜାଳିବାରୁ ଚାଷୀଙ୍କୁ ନିବୃତ୍ତ ରଖିବା ଲାଗି ପ୍ରଶାସନ ଉଦ୍ୟମ କରିଛି  ।

Show More

Related Articles

Back to top button