Breaking PLUSମୁଖ୍ୟ ଖବର

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ଭଳି ଅବସ୍ଥା ଜୟ ପଣ୍ଡାଙ୍କର କରାଯିବ ବୋଲି ଶ୍ରୀ ପଣ୍ଡାଙ୍କର ସହାୟକଙ୍କୁ କେହି ଜଣେ ଫୋନ୍ ମାଧ୍ୟମରେ ଧମକ ଦେଇଛି । ଏହି ଧମକପୂର୍ଣ୍ଣ କଲ୍ ଘଟଣାରେ ଦିଲ୍ଲୀ ପୁଲିସରେ ଏକ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ଏକଜ୍ୟୁଟିଭ ସେକ୍ରେଟେରୀ ରାଜେଶ୍ୱର ଅରୋରା ଏକ ପ୍ରେସ୍ ରିଲିଜ୍ ଜାରି କରି ଏହି ହତ୍ୟା ଧମକ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ଉପସଭାପତି ଶ୍ରୀ ପଣ୍ଡାଙ୍କ ସହାୟକଙ୍କୁ କେହି ଜଣେ କଲ୍ କରି ଏହି ଧମକ ଦେଇଛି । ‘ନବ ଦାସଙ୍କ ଅବସ୍ଥା ଯାହା ହେଲା ତାହା ଜୟ ପଣ୍ଡାଙ୍କର ହେବ’ ବୋଲି ଧମକ ଦେଇଛି । ତେବେ ଧମକ ଦେଉଥିବା ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ ଧମକ ଦେଉଥିବା ବେଳେ ସେ  କେଉଁଠିକାର ବାସିନ୍ଦା ତାହା ସ୍ପଷ୍ଟ ହୋଇ ପାରିନି। ଏହା ବ୍ୟକ୍ତିଗତ ଆକ୍ରୋଶ ନା ଏହା ପଛରେ ଆଉ କିଏ ଅଛି ତାହା ବି ଜଣାପଡ଼ିନି । ଶ୍ରୀ ଅରୋରା କହିଛନ୍ତି ଯେ ଏହି ଧମକ ବାସ୍ତବରେ ନା କେହି ଜଣେ ପିଲାଙ୍କ ଭଳି ପ୍ରାଙ୍କ୍ କରିଛି ତାହା ଜାଣିବା ସମ୍ଭବପର ନୁହେଁ । ଯେହେତୁ ଏଭଳି ସନ୍ଦେଶକୁ ହାଲକା ଭାବେ ନେବା କଥା ନୁହେଁ ତେଣୁ ସମସ୍ତ ତଥ୍ୟ ସହ ଦିଲ୍ଲୀ ପୁଲିସ ପାଖରେ ଗତକାଲି ଏକ ଏତଲା ରୁଜୁ ହୋଇଛି, ଯାହାର ତଦନ୍ତ ସେମାନେ କରୁଛନ୍ତି ।

Show More

Related Articles

Back to top button