Breaking PLUSଦେଶପାଣିପାଗଶିକ୍ଷା

ବର୍ଷା ପାଇଁ ଅନେକ ରାଜ୍ୟରେ ସ୍କୁଲ ବନ୍ଦ

ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ତାମିଲନାଡୁ ସରକାର ଆଜି ୧ମ ରୁ ୫ମ ଶ୍ରେଣୀ ଛୁଟି ଘୋଷଣା କରିଥିଲେ । ଅନେକ ରାଜପଥ ଉପରେ ପାଣି ଜମିଥିବା ଥିବା ଦେଖବାକୁ ମିଳିଛି । ଏହା ଛଡା ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସ୍କୁଲ ସହିତ ସମ୍ପର୍କ କରଖିବାକୁ କୁହାଯାଇଛି । ଯାହା ଫଳରେ ସ୍କୁଲ କେବେ ଖୋଲିବ ସେ ବିଷୟରେ ସୂଚନା ମିଳି ପାରିବ । ତେବେ ପାଣିପାଗ ବିଭାଗ ତାମିଲନାଡୁରେ ୩ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି । ତେବେ ରିପୋର୍ଟ ଅନୁସାରେ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକରେ ସ୍କୁଲ ବନ୍ଦ ରହିବ । ପାଣିପାଗ ବିଭାଗ ଅନୁସାରେ ଅନେକ ସ୍ଥାନରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ୧୩ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ଛଡା ନଏଡା ଏବଂ ଗ୍ରେଟର ନଏଡାରେ ମଧ୍ୟ ବର୍ଷା ପାଇଁ ଆଜି ଏବଂ ଆସନ୍ତା କାଲି ସ୍କୁଲ ବନ୍ଦ ରହିବ । ଉତ୍ତରପ୍ରଦେଶରେ ମଧ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୨ ଦିନ ସ୍କୁଲ ବନ୍ଦ ରହିବ । ଅନେକ ରାଜ୍ୟରେ ବର୍ଷ ପାଇଁ ସମସ୍ତ ଶ୍ରେଣୀର ସମସ୍ତ ସ୍କୁଲକୁ ବନ୍ଦ କରିଛନ୍ତି ସରକାର ।

Show More

Related Articles

Back to top button