Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଏବେ ପ୍ରଥମ ଶ୍ରେଣୀ ପିଲା ପଢିବେ ‘ଶିକ୍ଷା ପ୍ରବେଶ

ପ୍ରାଥମିକ ଶ୍ରେଣୀରେ ପଢାଉଥିବା ପିଲାଙ୍କୁ ‘ଶିକ୍ଷା ପ୍ରବେଶ’ ଏବେ ବାଟ କଢାଇବ । ଆଦ୍ୟ ଓ ଶୈଶବ ଶିକ୍ଷା ସହ ପ୍ରାଥମିକ ଶିକ୍ଷାର ସମନ୍ୱୟ କରାଯିବ । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛନ୍ତି । ଅଙ୍ଗନାବାଡି ପରେ ଛାତ୍ରଛାତ୍ରୀ ଯେତେବେଳେ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି, ସେତେବେଳେ ସେମାନେ ପ୍ରାଥମିକ ସ୍କୁଲ ସହ ଖାପ ଖୁଆଇ ପାରନ୍ତି ନାହିଁ । ଯାହାଫଳରେ କି ପିଲାମାନେ ଅନେକ ସମୟରେ ସ୍କୁଲରେ ଉପସ୍ଥିତ ରୁହନ୍ତି ନାହିଁ । ସୂଚନା ଅନୁସାରେ, ବର୍ତ୍ତମାନ ପିଲାଙ୍କ ଭୟ ଦୂର କରିବା ପାଇଁ ଏବଂ ଉତ୍ତମ ଭବିଷ୍ୟତର ଚିନ୍ତା କରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏକ ପଦକ୍ଷେପ ନେଇଛନ୍ତି । ପ୍ରାଥମିକ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ । ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ‘ଶିକ୍ଷା ପ୍ରବେଶ’ ପୁସ୍ତକ ଅଧ୍ୟୟନ କରିବେ । ଏହି ପୁସ୍ତକ ପଢିବା ଦ୍ୱାରା ପିଲାଙ୍କ ବୁଦ୍ଧିରେ ବିକାଶ ହେବା ସହ ସେମାନଙ୍କୁ ପାଠପାଢା ପ୍ରତି ଆକୃଷ୍ଟ କରିବ । ‘ଶିକ୍ଷା ପ୍ରବେଶ’ଟି ଏସସିଇଆରଟି ଢାଞ୍ଚାରେ ପ୍ରସ୍ତୁତ ହୋଇଛି, ଏହି ପୁସ୍ତକକୁ ପ୍ରଥମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ । ଅଙ୍ଗନାବାଡି ପରେ ଏବେ ପ୍ରାଥମିକ ଶ୍ରେଣୀରେ ପିଲାଙ୍କୁ କେଉଁ ବିଷୟରେ ପାଠ ପଢାଯିବ, ପିଲାଙ୍କ ବିକାଶ ପାଇଁ ଶିକ୍ଷକମାନେ କେଉଁ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବେ ସେ ସଂପର୍କରେ ମଧ୍ୟ ଏହି ପୁସ୍ତକରେ ଲେଖାଯାଇଛି । ତେବେ ଏହି ପୁସ୍ତକକୁ ଡିଇଓମାନଙ୍କ ଜରିଅ।।ରେ ସମସ୍ତ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି ।

Show More

Related Articles

Back to top button