Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଅକ୍ଟୋବର 5ରେ ପାଟନା ଗସ୍ତ କରିବେ ଜେପି ନଡ୍ଡା

ପାଟଣା: ଅକ୍ଟୋବର 5 ତାରିଖରେ ପାଟଣା ଗସ୍ତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଠାରେ ସେ ଭାରତୀୟ ଜନତା ପାର୍ଟିର ସଂସ୍ଥାପକ ସଦସ୍ୟ, ପୂର୍ବ ଅଧ୍ୟକ୍ଷ ଏବଂ ଗୁଜରାଟର ପୂର୍ବତନ ରାଜ୍ୟପାଳ କୈଳାସପତି ମିଶ୍ରଙ୍କ 100ତମ ଜୟନ୍ତୀ ଅବସରରେ ବାପୁ ସଭାଗାରରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ କରିବେ ।
ବିଜେପିର ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସ୍ଥିର ହୋଇଥିବା କାର୍ଯ୍ୟକ୍ରମର ସୂଚନା ଦେଇ ସେ କହିଛନ୍ତି ଯେ, କୈଳାସପତିଙ୍କ କାର୍ଯ୍ୟକାଳକୁ ବିହାର ବିଜେପି ପକ୍ଷରୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ନଭେମ୍ବର 3ତାରିଖରେ ତାଙ୍କ ଜୟନ୍ତୀ ଦିନ ତାଙ୍କର ପୈତୃକ ଗାଁରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିନ କରାଯିବ । ସମସ୍ତ ଜିଲ୍ଲାରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ବିଜେପି ସଦସ୍ୟମାନଙ୍କୁ ସମ୍ମାନିତ କରାଯିବ । ଗୋଟିଏ ମାସ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ ।

Show More

Related Articles

Back to top button