Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ସନଫ୍ରାନ୍ସିସ୍କୋରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, 10 ଅଭିଯୁକ୍ତଙ୍କ ଫଟୋ ଜାରି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି (ଏନଆଇଏ) ପକ୍ଷରୁ ଆମେରିକାର ସନଫ୍ରାନ୍ସିସ୍କୋରେ ଭାରତୀୟ ମହାବାଣିଜ୍ୟିକ ଦୂତାବାସ ଉପରେ ଆକ୍ରମଣ ମାମଲାରେ 10ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରାଯାଇଛି । ଲୋକଙ୍କୁ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଏନଆଇଏ ଅପିଲ କରିଛି । ଏଜେନ୍ସି ପକ୍ଷରୁ ଏ ସଂକ୍ରାନ୍ତୀୟ ତିନୋଟି ଜାରି କରାଯାଇଛି । ଏଥିରୁ ଦୁଇଟି ନୋଟିସରେ ଦୁଇ ଦୁଇ ଅଭିଯୁକ୍ତ ଏବଂ ଅନ୍ୟଟିରେ 6ଜଣ ଅଭିଯୁକ୍ତଙ୍କ ଫଟୋ ଜାରି ହୋଇଛି । ଏନଆଇଏ ପକ୍ଷରୁ ନୋଟିସରେ ଏକ ଲ୍ୟାଣ୍ଡଲାଇନ ନମ୍ବର, ହ୍ୱାଟସଆପ ତଥା ଟେଲିଗ୍ରାମ ନମ୍ବର ଜାରି କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଲୋକଙ୍କୁ ଅପିଲ କରାଯାଇଛି ।

ଏଠାରେ ଉଲ୍ଲେଖନୀୟ ଚଳିତବର୍ଷ ମାର୍ଚ୍ଚ 18 ଏବଂ 19ରେ ସନଫ୍ରାନ୍ସିକ୍ସୋ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସୀ ଉପରେ ଆକ୍ରମଣ ହୋଇଥିଲା । କିଛି ଖଲିସ୍ତାନ ସମର୍ଥକ ବାଣିଜ୍ୟିକ ଦୂତାବାସ ଭିତରକୁ ପଶି ଯାଇ ଏହାକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ । ସହର ପୋଲିସ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ସୁରକ୍ଷା ଅବରୋଧକୁ ନାରାବାଜି ଦେଉଥିବା ଖଲିସ୍ତାନୀ ସମର୍ଥକମାନେ ଭାଙ୍ଗି ଦେଇ ଏହା ପରିସରରେ ଖଲିସ୍ତାନୀର ଦୁଇଟି ପତାକା ଲଗାଇ ଦେଇଥିଲେ । ଆକ୍ରମଣ ଯୋଗୁ ବାଣିଜ୍ୟିକ ଦୂତାବାସ ଭାଙ୍ଗିରୁଜି ଯାଇଥିବା ବେଳେ କିଛି ଅଧିକାରୀ ମଧ୍ୟ ଆହତ ହୋଇଥିଲେ ।

ଏହାପରେ ପୁଣି ଥରେ ଜୁଲାଇ 1 ଓ 2 ତାରିଖ ମଧ୍ୟରାତ୍ରିରେ କିଛି ଅଭିଯୁକ୍ତ ବାଣିଜ୍ୟିକ ଦୂତାବାସରେ ପଶି ଯାଇଥିଲେ ଏବଂ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମଧ୍ୟ ବାଣିଜ୍ୟିକ ଦୂତାବାସରେ ଅଧିକାରୀମାନେ ଥିଲେ ।
ଏନଆଇଏ ପକ୍ଷରୁ ଜୁନ 16ରେ ଆଇପିସିର ବିଭିନ୍ନ ଧାରା ତଥା ୟୁଏପିଏର ଧାରା 13 ଏବଂ ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଅଧିନିୟମର ସେକ୍ସନ 3(1) ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଯାଞ୍ଚ ପାଇଁ ଏନଆଇଏର ଏକ ଟିମ୍ ଅଗଷ୍ଟର ମାସରେ ସନଫ୍ରାନ୍ସିକ୍ସୋ ଗସ୍ତ କରିଥିଲା । ଏନଆଇଏ ପକ୍ଷରୁ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବା ସହ ମୁଖ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା । ସେବେ ଠାରୁ ଖଲିସ୍ତାନୀ ସମର୍ଥକମାନେ ସାମ୍ନାକୁ ଆସୁନାହାନ୍ତି ।

Show More

Related Articles

Back to top button