ଦେଶ ବିଦେଶସ୍ୱତନ୍ତ୍ର

ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସାମିଲ ହେବେ କିନ୍ନର

ବଦଳିବ ଇତିହାସ । ପ୍ରଥମ ଥର ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବେ ଦୁଇ ଜଣ କିନ୍ନର । ଗତ ସପ୍ତାହରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ମାରିନା ମାକେଟେଙ୍କୁ ମିସ୍ ପର୍ତ୍ତୁଗାଲର ମୁକୁଟ ପିନ୍ଧିବା ପରେ ଏହି ଖବର ସାମ୍ନାକୁ ଆସିଛି। ଗତ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଜିତିଥିବା ରିକ୍କି କୋଲେଙ୍କ ସହ ମରିନା ବିଶ୍ୱ ସୁନ୍ଦରୀ ନେଇ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ପୂର୍ବରୁ ଗତ ସପ୍ତାହରେ ୨୩ ବର୍ଷୀୟା ବିମାନ ପରିଚାରିକା ମାରିନା ମାଚେଟ ମିସ୍ ପର୍ତ୍ତୁଗାଲ୍ ମୁକୁଟ ଜିତିବା ପରେ ଏହି ଖବର ସାମନାକୁ ଆସିଛି। ସେ ହେଉଛନ୍ତି ଦ୍ୱିତୀୟ ଟ୍ରାନ୍ସଜେଣ୍ଡର ବା କିନ୍ନର ଯିଏକି ନିଜ ଦେଶର ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜିତିଛନ୍ତି। ଏହାପୂର୍ବରୁ ଡଚ୍ ମଡେଲ୍ ରିକ୍କି କୋଲେ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଜିତିଥିଲେ। ଏହି ଟାଇଟଲ ଜିତିବାରେ କୋଲେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର। ଚଳିତ ବର୍ଷ ନଭେମ୍ବର ମାସରେ ଏଲ୍ ସାଲଭାଡୋରରେ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୯୦ ଜଣ ମହିଳା ମିସ୍ ୟୁନିଭର୍ସ ମୁକୁଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ।  ଯଦି ମାରିନା ମାଚେଟ କିମ୍ବା ରିକି କୋଲେ ଏହି ପ୍ରତିଯୋଗିତା ଜିତନ୍ତି ତେବେ ସେମାନେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ କିନ୍ନର ଭାବେ ବିବେଚନା କରା ହେବେ।

Show More

Related Articles

Back to top button