ଅପରାଧଓଡ଼ିଶା

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା

ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତର ଡେଂଫୌଦା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡର ଘଟିଛି। ଗତ ମଙ୍ଗଳବାର ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ର ସାସମଲଙ୍କୁ ତାଙ୍କ ଘର ବାରଣ୍ଡାରେ ରାତିରେ ଶୋଇଥିବା ଅବସ୍ଥାରେ କେହି ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ବେକରେ ହାଣି ହତ୍ୟା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିବା ସହିତ ଘଟଣାସ୍ଥଳରୁ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହିତ ଗ୍ରାମବାସୀ ଓ ପାଖ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ପରେ ଶବ ବ୍ୟବଛେଦ ପରେ ୨ ପୁଅଙ୍କ ଦ୍ୱାରା ମୃତ ଦେବେନ୍ଦ୍ରଙ୍କର ଶବ ସତ୍କାର କରାଯାଇଥିଲା। ଗ୍ରାମବାସୀଙ୍କ କହିବା ମୁତାବକ ବିଭିନ୍ନ କାରଣ ନେଇ ମୃତ ଦେବେନ୍ଦ୍ରଙ୍କ ସହିତ ତାଙ୍କ ପୁଅମାନଙ୍କର ସମ୍ପର୍କରେ ତିକ୍ତତା ଥିଲା। ଏମିତିକି ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ ପ୍ରାୟ ଝଗଡ଼ା ଲାଗି ରହୁଥିଲା, ଯେଉଁଥିପାଇଁ ବୈଶିଙ୍ଗା ପୁଲିସ ପ୍ରାଥମିକ ତଦନ୍ତପୂର୍ବକ ଆଜି ସକାଳୁ ମୃତ ଦେବେନ୍ଦ୍ରଙ୍କ ୨ ପୁଅ ରତ୍ନାକର ଓ ବିଦ୍ୟାଧରକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିଛି।

Show More

Related Articles

Back to top button