Breaking PLUSଦେଶ

ପୂର୍ବତନ ବିଧାୟକ କୁଲବୀର ସିଂହ ଗିରଫ

ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଚଳିତ ବର୍ଷ ନଭେମ୍ବର ମାସରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ରାଜନୈତିକ ଦଳଗୁଡ଼ିକ ଏବେଠାରୁ ସେମାନଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିଲେଣି । ଏଥିସହିତ ବିଭିନ୍ନ ଦଳମାନେ ମଧ୍ୟ ନିଜ ନିଜ ସଂଗଠନକୁ ସଜାଡ଼ିବା ସହିତ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଥିବାର ଦେଖାଯାଉଛି । ତେବେ ଏହାରି ମଧ୍ୟରେ ପଞ୍ଜାବରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ପୂର୍ବତନ ବିଧାୟକ କୁଲବୀର ସିଂହ ଜୀରାଙ୍କୁ ଆଜି ସକାଳୁ ପଞ୍ଜାବ ପୋଲିସ ଗିରଫ କରିଛି । କୁଲବୀର ପଞ୍ଜାବର ଫିରୋଜପୁରର ଜୀରା ବିଧାନସଭା ଆସନରୁ ପୂର୍ବରୁ ବିଧାୟକ ରହିଥିଲେ । ଜୀରା ବିଧାନସଭା କ୍ଷେତ୍ରର ବ୍ଳକ ବିକାଶ କାର୍ଯ୍ୟକ୍ରମ ଅଫିସ (ବିଡିପିଓ) ଅଫିସ ଭିତରେ ନିଜର ସମର୍ଥକଙ୍କ ସହିତ ବଳପୂର୍ବକ ପଶି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ଅଫିସ ଭିତରେ ଧାରଣାରେ ବସିବା ନେଇ କୁଲବୀରଙ୍କ ବିରୋଧରେ ଅଭିଯୋଗ ରହିଥିଲା । ସୂଚନା ଅନୁସାରେ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର କ୍ଷମତାରେ ରହିଥିବା ବେଳେ ଭଗବନ୍ତ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଗୋଟିଏ ପଟେ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମେଣ୍ଟରେ ଉଭୟ କଂଗ୍ରେସ ଓ ଆପ ଏକତ୍ର ହୋଇ ବିଜେପି ବିରୋଧରେ ଲଢ଼ୁଛନ୍ତି । ମାତ୍ର ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ବିଭିନ୍ନ ସମୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି ।

Show More

Related Articles

Back to top button