Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାୟକଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକାକୁ ଝଟକା

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କୁ ଝଟକା।  କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଏକ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଅନୁଯାଇ ଆସନ୍ତା ୭ ତାରିଖ ଦିନ ୩ଟା ୩୦ରେ ସେ ହାଜର ହେବା ପାଇଁ କୁହାଯାଇଛି। ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଥିରେ ନେଇ ଆସିବା ପାଇଁ କୁହାଯାଇଛି । ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୧ ତାରିଖରେ ତିର୍ତ୍ତୋଲ ବିଧାୟକ ନିଜ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହାକୁ ବିରୋଧ କରି ସୋମାଲିକା କଟକ ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡ଼ାଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ଯାହାକୁ ନେଇ ଘନେଇଥିଲା ବିବାଦ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକ କିପରି ବିଧାୟକ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କିପରି ଆବେଦନ କଲେ ବୋଲି ସୋମାଲିକା ପ୍ରଶ୍ନ ଉଠାଇଛନ୍ତି । ସୋମାଲିକା କହିଛନ୍ତି , ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ।

Show More

Related Articles

Back to top button