ଜୀବନଚର୍ଯ୍ୟାସ୍ୱତନ୍ତ୍ର

ବାଡିରେ ଗଛ ଲଗାଉଥିବା ଲୋକ ନିଶ୍ଚିତ ପଢନ୍ତୁ ଏହି ଖବର

ସାଧାରଣତଃ ଲୋକ ମାନେ ନିଜ ବାଡି ରେ ବଗିଚା କରିବାକୁ ବହୁତ ଭଲ ପାଇଥାନ୍ତି। ଯଦି ଆପଣ ମଧ୍ୟ ବଗିଚା କରିବାକୁ ଭଲ ପାଆନ୍ତି ତେବେ ଏହି ଖବର ଟି ଆପଣ ଙ୍କ ପାଇଁ ଉପଯୋଗୀ ଅଟେ । ଏମିତି କିଛି ବିଶେଷ ଗଛ ଅଛି ଯାହାକୁ ବାଡି ରେ ଲଗାଇଲେ ଭଲ ବାସ୍ନା ହେବ ସହ ଆପଣଙ୍କ ଉପକାରରେ ମଧ୍ୟ ଲାଗିବ। ତେବେ ଆସନ୍ତୁ ଜାଣିବା କେଉଁ ଗଛ ଲଗାଇବା ଦ୍ଵାରା ଆପଣ ନିଜ ବଗିଚାକୁ ସୁଗନ୍ଧିତ କରିବା ସହ ଫାଇଦା ମଧ୍ୟ ପାଇ ପାରିବେ।
1.ଧନିଆ ଗଛ
ପ୍ରତ୍ୟେକ ଙ୍କ ଘରେ ପ୍ରତିଦିନ ବ୍ୟବହୃତ ମସଲା ମଧ୍ୟ ରୁ ଧନିଆ ଅନ୍ୟତମ । ଏହାକୁ ଉଭୟ ମସଲା ଏବଂ ପତ୍ର କୁ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ଲଗାଇବା ପାଇଁ ଅଧିକ ସ୍ଥାନ ମଧ୍ୟ ଦରକାର ନାହିଁ।


2.ଅଦା ଗଛ
ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଅଦା ଅତି ସହଜରେ ମିଳିଯିବ । ଏହା ମଧ୍ୟ ଓଷଧୀୟ ଗୁଣ ରେ ପରିପୂର୍ଣ୍ଣ। ଲୋକ ମାନେ ଏହାକୁ ପନି ପରିବା ତଥା ମସଲା ଭାବରେ ବ୍ୟବହାର କରିଥାନ୍ତି । ଯଦି ଆପଣ ଙ୍କ ଘରେ ବଗିଚା ଅଛି ତେବେ ଏହାକୁ ଲଗାନ୍ତୁ ସ୍ପେସ କମ୍ ଥିଲେ ମଧ୍ୟ ଏକ ହାଣ୍ଡି ରେ ଏହାକୁ ଲଗେଇ ପାରିବେ ।


3.ଲଙ୍କା ଗଛ
ଲଙ୍କା ପ୍ରାୟ ଭାରତର ପ୍ରତ୍ୟେକ ଘରେ ବ୍ୟବହୃତ ହୁଏ । ଏହା କୁ ରୋଷେଇ ରେ ବ୍ୟବହାର ନ କଲେ ଲୋକ ଙ୍କ ର ଖାଦ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ ।ଏହା କୁ ମଧ୍ୟ ଆପଣ ବଗିଚା ରେ ଲଗେଇ ପାରିବେ ଏବଂ ଏହା ଅଧିକ ସ୍ଥାନ ମଧ୍ୟ ନିଏ ନାହିଁ।


4.ସୋରିଷ ଗଛ
ଭାରତ ର ପ୍ରତ୍ୟେକ ଘରେ ସୋରିଷ ତେଲ ରୋଷେଇ ରେ ବ୍ୟବହୃତ ହୋଇଥାଏ। ଏହା ବ୍ୟତୀତ ମସଲା ରେ ମଧ୍ୟ ବ୍ୟବହୃତ ହୋଇଥାଏ। ଆପଣ ଏହାର ବ୍ୟବହାର ପାଇଁ ଏହାକୁ ନିଜ ବଗିଚା ରେ ମଧ୍ୟ ଲଗାଇ ପାରିବେ ।

Show More

Related Articles

Back to top button