Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

‘ଇଣ୍ଡିଆ’ ମେଣ୍ଟକୁ ବିଜେପିର ଟାର୍ଗେଟ, ଦଳ ମିଶିଛି ମନ ନୁହେଁ

ନୂଆଦିଲ୍ଲୀ: ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ବୈଠକକୁ ଟାର୍ଗେଟ କରିଛି ବିଜେପି । ଗୁରୁବାର ଦିନ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଆଜି କେବଳ ଦଳ ମିଶୁଛନ୍ତି ମନ ନୁହେଁ । ମୁମ୍ବାଇରେ ଅହଂକାରୀ ମେଣ୍ଟର ବୈଠକ ବସିବାକୁ ଯାଉଛି । ଏହି ଦଳଗୁଡିକ 20ଲକ୍ଷ କୋଟିର ଘୋଟାଲା ଓ ଦୁର୍ନୀତିରେ ଲିପ୍ତ ଅଛନ୍ତି । ଏହା ଏକ ସ୍ୱାର୍ଥପର ମେଣ୍ଟ ଏବଂ ଦୁର୍ନୀତି କରି ଅଧିକ ଲାଭବାନ ହେବା ହେଉଛି ଏହି ଦଳଗୁଡିକର ଏଜେଣ୍ଡା ।

ସମ୍ବିତ ପାତ୍ର କହିଛନ୍ତି ଯେ, ବିରୋଧୀଙ୍କ ମଧ୍ୟରେ ଏହି ମ୍ୟୁଜିକାଲ ଚେୟାରକୁ ନେଇ କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ । ବିରୋଧୀଙ୍କ ଏଭଳି ବୈଠକ ଆମ ପାଇଁ ନୂଆ ନୁହେଁ । 2014 ହେଉ କିମ୍ବା 2019 ଏହି ଅହଂକାରୀ ମେଣ୍ଟ ପୁଣି ଥରେ ଗଠିତ ହୋଇଛି ଏବଂ ଏହା ଅନ୍ୟ ଏକ ପ୍ରାରମ୍ଭିକ ପ୍ରୟାସ ।

ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ, ଆମେ ଚନ୍ଦ୍ରଯାନ ଏବଂ ଆମ ରୋଭର ପୂର୍ବରୁ ହିଁ ବିକାଶ ଦିଗରେ କାମ କରୁଛି । ଏବଂ କଂଗ୍ରେସ ଦଳର ମିସାଇଲ୍ ଉଡାଣ ଭରିପାରିବ ନାହିଁ କାରଣ ସେଥିରେ ଇନ୍ଧନ ନାହିଁ । କଂଗ୍ରେସ ନିଜର ମିସାଇଲ ଲଞ୍ଚ କରିବା ପାଇଁ ସବୁ ଦିଗରୁ ପ୍ରୟାସ କରିସାରିଛି, କିନ୍ତୁ ବିଫଳ ହୋଇଛି । ଏ ଦେଶବାସୀ ଭଲ ଭାବେ ଜଣନ୍ତି ଯେ, କାହାର ଗାଡି ଭୂମିକୁ ଫେରିବ ଏବଂ କାହାର ମିସାଇଲ୍ ଲଞ୍ଚ କରିପାରିବନାହିଁ । ମିଶନ-3 ଆମେ ହିଁ ଜିତିବୁ ବୋଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ସମ୍ବିତ ପାତ୍ର ।

Show More

Related Articles

Back to top button