Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଣ୍ୟତିଥି

ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପୁଣ୍ୟତିଥି । ୨୦୨୦ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ପ୍ରଣବ ମୁଖାର୍ଜୀ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ କୋଭିଡ-୧୯ ଭୂତାଣୁରେ ପୀଡ଼ିତ ଥିଲେ ।

ତେବେ ଆଜିର ଦିନିରେ ବିଭିନ୍ନ ସ୍ଥାନରେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ମୃତିଚାରଣ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୂର୍ଣ୍ଣ ସମର୍ପଣ ଭାବରେ ସେ ଦେଶ ଓ ସମାଜର ସେବା କରିଥିବା କହିଛନ୍ତି ଯୋଗୀ ।

ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ସ୍ମରଣ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ମୃତିଚାରଣ କରିଛନ୍ତି । ତାଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ନମନ ଜଣାଇଛନ୍ତି ଶାହ । ଦେଶରେ ବିକାଶରେ ତାଙ୍କର ଯୋଗଦାନ, ବୈଦ୍ଧିକତା ଓ ସାର୍ବଜନୀନ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଆମକୁ ସର୍ବଦା ପ୍ରେରଣା ଦେବ ବୋଲି କହିଛନ୍ତି ଶାହ ।

Show More

Related Articles

Back to top button