Breaking PLUSଓଡ଼ିଶାଦେଶପାଣିପାଗମୁଖ୍ୟ ଖବର

ବଜ୍ରଘାତ ହୋଇ 10 ଜଣଙ୍କ ମୃତ୍ୟୁ

୨ ତାରିଖ ସକାଳୁ ପ୍ରବଳ ଗୁଳୁଗୁଳି ହେଉଥିଲା । ଏହା ପରେ ଅପରାହ୍ନ ୨ ଟା ବେଳକୁ ଅଚାନକ ବଦଳି ଗଲା ପାଗ । ପ୍ରଥମେ ଝିପଝିପ ବର୍ଷା ହେଲା। ଏହା ପରେ ଆରମ୍ଭ ହୋଇଥିଲା ବଜ୍ରପାତ । ପ୍ରଚଣ୍ଡ ବିଜୁଳି ଘଡଘଡି ୩ ଘଣ୍ଟା ଧରି ଲାଗି ରହିଥିଲା । ତେବେ ସୂଚନା ଅନୁସାରେ ସନ୍ଧ୍ୟା ୫ ଟା ସୁଧା ବିଜୁଳି ମାରିଥିଲା । ଯାହାକୁ ନେଇ ରାଜଧାନୀ ବାସୀ ଭୟଭୀତ ହୋଇଥିଲେ । ଓଡିଶାର ୬ଟି ଜିଲ୍ଲାରେ ବିଜୁଳି ମାରିଥିବା ବେଳେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପାଣିପାଗ ବିଭାଗ କହିବା ଅନୁଯାଇ ବାଦଳ ଯେତେ ଉପରେ ଥାଏ ବିଜୁଳି ମଧ୍ୟ ସେହି ପରିମାଣର ବିପଦଜନକ ହୋଇଥାଏ । ତେବେ ଗତ କାଲି ବିଜୁଳିର ଉଚ୍ଚତା ୧୮ କିଲୋମିଟରରୁ ଅଧିକ ଥିଲା । ସେଥିପାଇଁ ଏହି ବିଜୁଳି ଅଧିକ ବିପଦଜନକ ଥିଲା । ମୌସୁମୀ ନିଷ୍କକ୍ରିୟ ଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା ଫଳରେ ଏଭଳି ଘଡଘଡି ସହ ବର୍ଷା ହୋଇଥିଲା । ତେବେ ରାଜଧାନୀରେ ମୋଟ ୧୨୬ ମିଲିମିଟର ବର୍ଷା ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ଅନେକ ଲୋକଙ୍କ ଘରେ ପାଣି ପଶିଥିବାର ଦେଖିବାକୁ ମିଳିଥିଲା । ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି । ୫ ତାରିଖରେ ବର୍ଷା କମିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ତେବେ ବର୍ଷା ହେଲେ ମଧ୍ୟ ତାପମାତ୍ରା ୩୫ ଡିଗ୍ରୀ ରହିଛି ।

Show More

Related Articles

Back to top button