Breaking PLUSଦେଶ ବିଦେଶପାଣିପାଗ

ଆସୁଛି ସାମୁଦ୍ରିକ ଝଡ ‘ହାଇକୁଇ’

ସାମୁଦ୍ରିକ ବାତ୍ୟା ‘ହାଇକୁଇ’ ମାଡ଼ି ଆସୁଥିବାରୁ ପୂର୍ବାଞ୍ଚଳ ତାଇୱାନ୍‌ର ବିପଦପୂର୍ଣ୍ଣ ସ୍ଥାନରୁ ପ୍ରାୟ ୩୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। ପ୍ରାୟ ୪ ବର୍ଷ ପରେ ଏ ଧରଣର ପ୍ରଥମ ସାମୁଦ୍ରିକ ବାତ୍ୟା ଆଜି ସିଧାସଳଖ ତାଇୱାନ୍‌ ଦ୍ବୀପ ଉପରେ ପ୍ରବାହିତ ହେବ।

ଆଜି ସକାଳୁ ପ୍ରବଳ ବର୍ଷା କରାଉଥିବା ‘ହାଇକୁଇ’ ବାତ୍ୟାର ଘଣ୍ଟାପ୍ରତି ବେଗ ୧୪୦ କିଲୋମିଟର୍‌ ରହିଥିବା ବେଳେ ଆଜି ସନ୍ଧ୍ୟା ୫ ବେଳକୁ ଏହାର ତାଇୱାନ୍‌ ଦ୍ବୀପର ପୂର୍ବ ପ୍ରାନ୍ତରେ ଥିବା ତାଇତୁଙ୍ଗ୍‌ ଅଞ୍ଚଳରେ ସ୍ଥଳଭାଗରେ ପ୍ରବେଶ କରିବ। ବାତ୍ୟା ଲାଗି ଆଜି ତାଇୱାନ ଦ୍ବୀପର ଦକ୍ଷିଣ ଓ ପୂର୍ବାଞ୍ଚଳରେ ଥିବା ସ୍କୁଲ୍‌ ଓ ଅଫିସ୍‌ ବନ୍ଦ ରଖାଯାଇଛି। ଏହାସହ ଦ୍ବୀପ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟ ୨୦୦ ବିମାନ ଉଡ଼ାଣକୁ ମଧ୍ୟ ବାତିଲ କରାଯାଇଛି। ଆଜି ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ କହିଛନ୍ତି,‘ହାଇକୁଇ’ ୪ ବର୍ଷ ପରେ ତାଇୱାନ୍‌ରେ ସ୍ଥଳଭାଗ ପ୍ରବେଶ କରିବାକୁ ଥିବା ପ୍ରଥମ ସାମୁଦ୍ରିକ ବାତ୍ୟା। ତୋଫାନ ପ୍ରଭାବରୁ ରକ୍ଷା ପାଇବା ଲାଗି ପ୍ରସ୍ତୁତି କରିବା ଲାଗି ଜନସାଧାରଣଙ୍କୁ ମନେପକାଇ ଦେଉଛି। ନିଜ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେଇ ବାହାରକୁ ନ ଯିବା ସହ ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରୁହିବାକୁ ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀ ଡକାଇ ତାଇୱାନ୍‌ର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଆଜି ସକାଳ ୯ଟା ସୁଦ୍ଧା ବାତ୍ୟା ‘ହାଇକୁଇ’ ତାଇୱାନ୍‌ଠାରୁ ମାତ୍ର ୧୮୦ କିଲୋମିଟର୍‌ ଦୂରରେ ଥିଲା। ଗତକାଲିଠାରୁ ଏହା କିଛି ସାମର୍ଥ୍ୟ ଏକଜୁଟ କରିଛି। ତେଣୁ, ସାବଧାନ ରହିବା ସହ ବିପଦପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ। ପଶ୍ଚିମକୁ ଗତି କରି ସୋମବାର ସକାଳ ସୁଦ୍ଧା ଏହା ତାଇୱାନ୍‌ ପ୍ରଣାଳୀକୁ ଚାଲିଯିବାର ସମ୍ଭାବନା ରହିଛି।

Show More

Related Articles

Back to top button