Breaking PLUSବାଣିଜ୍ୟମୁଖ୍ୟ ଖବର

ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି ବିଗ୍ ବିଲିୟନ ଡେ ସେଲ୍ସ

ଅନଲାଇନ କମର୍ସିିଆଲ ସାଇଟ୍ ଫ୍ଲିପକାର୍ଟରେ ବିଗ୍ ବିଲିୟନ ଡେ’ ସେଲ୍‌କୁ ବହୁତ ଜଣ ଅପେକ୍ଷା କରିଛନ୍ତି। ତେବେ ଏହି ବିଗ୍ ବିଲିୟନ ଆପଣଙ୍କ ଲାଗି ଆସିଛି ଏକ ଖୁସି ଖବର । ଏବେ ଫ୍ଲିପକାର୍ଟ ଏହି ସେଲ୍‌ର ଡେଟ୍ ବିଷୟରେ ଘୋଷଣା କରିଦେଇଛି । ଅକ୍ଟୋବର ୮ରୁ ଆପଣଙ୍କୁ ଏହି ବିଗ୍ ବିଲିୟନ ଡେ’ ସେଲ୍‌ରେ କିଣିବାର ସୁଯୋଗ ମିଳିଯିବ । ୮ ଅକ୍ଟୋବରରୁ ଆରମ୍ଭ ହୋଇ ଏହା ୧୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଆପଣ ବିଭିନ୍ନ ପ୍ରକାର ପ୍ରଡକ୍ଟ ବହୁତ କମ୍ ଦାମ୍‌ରେ କିଣିପାରିବେ । ୨୮ ସେପ୍ଟେମ୍ବର ସକାଳେ ଫ୍ଲିପକାର୍ଟ ଏହାର ବିଗ୍ ବିଲିୟନ ଡେ’ ସେଲ୍‌ର ତାରିଖ ବିଷୟରେ ଘୋଷଣା କରିଛି । ଏହା ପୂର୍ବରୁ କମ୍ପାନୀ କେତେକ ସାମଗ୍ରୀ ଲାଗି ସେଲ୍ ପ୍ରାଇସ୍ ଲାଇଭ୍ କରିଦେଇଛି ଓ ଗ୍ରାହକ ଡିସକାଉଣ୍ଟରେ ଏବେ ମଧ୍ୟ ଏହି ସାମଗ୍ରୀ କିଣିପାରିବେ । ଏହା ସହ ଗ୍ରାହକଙ୍କୁ ଆକର୍ଷଣୀୟ ଏକ୍ସଚେଞ୍ଜ ପ୍ରାଇସ୍ , ସୁପରକଏନ ସହିତ ଅତିରିକ୍ତ ଡିସକାଉଣ୍ଟର ଫାଇଦା ବି ପାଇ ପାରିବେ । ସେଲ୍ ଲାଗି ଫ୍ଲିପକାର୍ଟ ନିର୍ଦ୍ଧିଷ୍ଟ କେତେକ ବ୍ୟାଙ୍କ ସହିନ ପାର୍ଟନରସିପ କରିଛି । ଏହି ବ୍ୟାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଉପଯୋଗ କରିବା ଦ୍ୱାରା ଗ୍ରାହକଙ୍‌କୁ ଅତିରିକ୍ତ ରିହାତି ମିଳିବ । ଏହି ଲିଷ୍ଟରେ ଅଛନ୍ତି ଆଇସିଆଇସିଆଇ, ଆକ୍ସିସ୍ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ । ଯେଉଁମାନେ ପେଟିମ୍ ୱାଲେଟରେ ପେମେଣ୍ଟ କରିବେ ସେମାନଙ୍କୁ ବି ବିଶେଷ ରିହାତି ମିଳିବ । ୧ ଅକ୍ଟୋବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଗ୍ରାହକଙ୍କୁ ଲୋଏଷ୍ଟ ପ୍ରାଇସ୍ ଲକ୍ ପାସ୍ ସହିତ ନିଜର ପସନ୍ଦଯୋଗ୍ୟ ସାମଗ୍ରୀ ଲକ୍ କରିବାର ବିକଳ୍ପ ପ୍ରଦାନ କରାଯିବ । ଏହାଦ୍ୱାରା ସେଲ୍ ଆରମ୍ଭ ହେବା ପରେ ଗ୍ରାହକଙ୍କୁ କମ୍ ଦାମ୍‌ରେ ତାଙ୍କ ସାମଗ୍ରୀ ମିଳିଯିବ ଆଉ ଷ୍ଟକ ସରିଯିବାର ଭୟ ବି ରହିବ ନାହିଁ ।

Show More

Related Articles

Back to top button