Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରଘୁରାଜପୁର ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର- ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ରଘୁରାଜପୁର ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଓଡ଼ିଶାର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ ଐତିହ୍ୟ ଗ୍ରାମ ଭାବେ ସୁଖ୍ୟାତି ଅର୍ଜନ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ର ମାନ୍ୟତା ପାଇବା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ ।


ଏଥିପାଇଁ ରଘୁରାଜପୁରର ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ , ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଆହୁରି କହିଛନ୍ତି ଯେ, ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ‘ମୋ ମାଟି ମୋ ଦେଶ’ ଅଭିଯାନ ଅନ୍ତର୍ଗତ ଏହି ଐତିହ୍ୟ ଗ୍ରାମକୁ ଯାଇ ପ୍ରତିଭାବାନ ଶିଳ୍ପୀ ମାନଙ୍କୁ ସାକ୍ଷାତ୍ କରିଥିଲୁ । ଆମର କଳା ଓ ସଂସ୍କୃତିକୁ ଏକବିଂଶ ଶତାବ୍ଦୀର ନୂଆପିଢି ପାଖରେ ପହଞ୍ଚାଇ ପରମ୍ପରାକୁ ବଜାୟ ରଖିଥିବାରୁ ରଘୁରାଜପୁରର ପ୍ରତ୍ୟେକ ଶିଳ୍ପୀକାର ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Show More

Related Articles

Back to top button