Breaking PLUSଓଡ଼ିଶାମୁଖ୍ୟ ଖବର

ହତ୍ୟା ଅଭିଯୁକ୍ତକୁ ନିର୍ମମ ହତ୍ୟା

କାମାକ୍ଷାନଗର : ହତ୍ୟା ଅଭିଯୁକ୍ତକୁ ହତ୍ୟା । ଏଭଳି ଘଟଣା ଘଟିଛି କାମାକ୍ଷାନଗରରେ । କାମାକ୍ଷାନଗରର ବହୁ ଚର୍ଚ୍ଚିତ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ପାଖ ସଉରିଆ ନିକଟରେ ହତ୍ୟାକାଣ୍ଡ ଘଟିଛି । ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ମୃତଦେହ ସହିତ ଗୁଳି ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଗତ ଦୁଇ ବର୍ଷ ତଳେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ । ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି କାମାକ୍ଷାନଗର ପୋଲିସ ।

Show More

Related Articles

Back to top button