Breaking PLUSଅପରାଧ

ପୁଣି ଆତ୍ମହତ୍ୟା କଲେ ଆଉ ଏକ ନିଟ୍ ଆଶାୟୀ

ପୁଣି କୋଟାରେ ଘଟିଲା ଆଉ ଏକ ଅଘଟଣ। ଉଦବେଗଜନକ ଭାବେ ବଢିଚାଲିଛି କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା। ମେଡିକାଲ ପାଇଁ କୋଚିଂ ନେଉଥିବା ଆଉ ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗତକାଲି ସେ ଆତ୍ମହତ୍ୟା କରିଛନ୍ତି। ତେବେ ମୃତ ଛାତ୍ରଙ୍କ ଘର ଉତ୍ତର ପ୍ରଦେଶରେ। ସେପ୍ଟେମ୍ବର ସୁଦ୍ଧା ଚଳିତ ବର୍ଷ କୋଟାରେ 27 ଛାତ୍ର ଆତ୍ମହତ୍ୟା କରି ସାରିଲେଣି। ଚଳିତ ମାସ ଜଣେ ଛାତ୍ର ୟୁନିଟ ଟେଷ୍ଟ ଦେବା ପରେ ଛାତରୁ ଡେଇଁ ଆତ୍ମହତ୍ୟା କରିବା ପରେ ପରୀକ୍ଷା ସ୍ଥଗିତ ରଖା ଯାଇଥିଲା। ଏହା ପରେ ପାଠପଢା ସହ ପିଲାମାନଙ୍କର ଖେଳକୁଦ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଏ ଆତ୍ମହତ୍ୟା ଘଟଣା ଥମିବାର ନାଁ ନେଉନି। ତେବେ ପ୍ରତିବର୍ଷ ଲକ୍ଷାଧିକ ଛାତ୍ର ମେଡିଆକଲ ଏବଂ ଇଞ୍ଜିନିୟରିଂ ପାଇଁ କୋଚିଂ ନେବାକୁ ଆସିଥାନ୍ତି। ମାତ୍ର ବାରମ୍ବାର ସେଠାରେ ଛାତ୍ରଙ୍କ ଆତ୍ମହତ୍ୟା ନେଇ ଉଦବେଗ ପ୍ରକାଶ ପାଉଛି। କେବଳ ଚଳିତ ମାସରେ 4 ଜଣ ଛାତ୍ର ଆତ୍ମହତ୍ୟା କରି ସାରିଲେଣି। କାହିଁକି ଏଭଳି ଘଟୁଛି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ଜଣା ପଡିନାହିଁ।

Show More

Related Articles

Back to top button