Breaking PLUSଓଡ଼ିଶାରାଜନୀତି

ପୋଡିୟମ୍ ତଳେ ଧାରଣାରେ ବସିଲେ ଗୋପଳପୁର ବିଧାୟକ

ଧାରଣାରେ ବସିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆ ନଯିବା ପ୍ରତିବାଦରେ ପୋଡିୟମ ତଳେ ଧାରଣାରେ ବସିଲେ । ଏହାକୁ ସମର୍ଥନ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ପ୍ରଦୀପଙ୍କ ଅଭିଯୋଗ ଅନୁଯାଇ ତାଙ୍କୁ ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆଯାଇ ନାହିଁ। ଏଥିଲାଗି ସେ ପ୍ରଥମେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବା ପରେ ପୋଡିଅମ ତଳେ ଧାରଣା ଦେଲେ।  ଏହାକୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଏହାପରେ ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ଉଠି ନିଜ ସ୍ଥାନକୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Show More

Related Articles

Back to top button