ବାଣିଜ୍ୟ

ଜାଣନ୍ତୁ ଆଜିକାର ସୂନାର ଦର ଦାମ୍

ପିତୃପକ୍ଷ ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଯାହା ୧୪ ଅକ୍ଟୋବରରେ ଶେଷ ହେବ। ଏହା ପରେ ଦେଶରେ ପୁଣି ଥରେ ପାର୍ବଣର ଋତୁ ଆରମ୍ଭ ହେବାକୁ ଯାଉଛି। ପିତୃପକ୍ଷ ପରେ ନବରାତ୍ରୀ, ଦୁର୍ଗା ପୂଜା, ଅକ୍ଷୟ ତୃତୀୟା, ଦିପାବଳୀ ଭଳି ଅନେକ ବଡ ପର୍ବ ଆସୁଛି। ଏହା ସହିତ ଦେଶରେ ପୁଣି ଥରେ ବିବାହ ଋତୁ ଆରମ୍ଭ ହେବ। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ସୁନା, ରୂପା କିମ୍ବା ଏହାର ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏହି ବାଣିଜ୍ୟିକ ସପ୍ତାହରେ କ୍ରମାଗତ ତୃତୀୟ ଦିନ ପାଇଁ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି। ସୋମବାର, ମଙ୍ଗଳବାର ତଥା ବୁଧବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଥିବା ନେଇ ସୂଚନା ମିଳିଛି। ଏହି ପତନ ପରେ ସୁନା ପୁଣି ଥରେ ୧୦ ଗ୍ରାମ ପିଛା ୫୯ ହଜାର ଟଙ୍କା ଏବଂ ରୂପା କିଲୋଗ୍ରାମରେ ୭୧ ହଜାର ଟଙ୍କା ତଳେ ପଡିଛି। ଗତ ବୁଧବାର ସୁନା ୪୭୯ ଟଙ୍କାଶସ୍ତା ହୋଇ ଭରି ପିଛା ପାଖାପାଖି ୫୮୪୫୪ ଟଙ୍କା କାରବାର କରିଥିବା ବେଳେ  ରୂପା ଦର ୬୨୭ ଟଙ୍କା ଶସ୍ତା ହୋଇ ୭୦୯୩୦ ଟଙ୍କାରେ କାରବାର କରିଥିଲା। ଏହା ପୂର୍ବରୁ ମଙ୍ଗଳବାର ସୁନା ୧୯୬ ଟଙ୍କା ଶସ୍ତା ହୋଇ ୫୮୯୩୩ ଟଙ୍କାରେ ଓ ରୂପା ଦରରେ ୧୪୫୮ ଟଙ୍କା ଶସ୍ତା ହୋଇ ୭୧୫୫୭ ଟଙ୍କା ବନ୍ଦ ହୋଇଥିଲା। ସୋମବାର ସୁନା ଦରରେ ୫ ଟଙ୍କା ହ୍ରାସ ହୋଇ ୫୯୧୨୯ ଟଙ୍କା କାରବାର କରିଥିଲା। ସେହିପରି ରୂପା ୧୬୦ ଟଙ୍କା ଶସ୍ତା ହୋଇ ୭୩୦୧୫ ଟଙ୍କାରେ କାରବାର କରିଥିଲା।

୨୪ ରୁ ୧୪ କ୍ୟାରେଟ ସୁନା ଦର
ବୁଧବାର ୨୪ କ୍ୟାରେଟ ସୁନା ଭରି ପ୍ରତି ୫୯୧୨୯ ଟଙ୍କାରେ କାରବାର କରୁଥିବା ବେଳେ ୨୩ କ୍ୟାରେଟ ସୁନା ୫୮୨୨୦, ୨୨ କ୍ୟାରେଟ ସୁନା ୫୩୪୫୪୪ ଟଙ୍କା, ୧୮ କ୍ୟାରେଟ ସୁନା ୪୩୮୪୧ ଟଙ୍କା ଓ ୧୪ କ୍ୟାରେଟ ସୁନା ୩୪୧୯୬ ଟଙ୍କା ରହିଛି।  ଏହି ହ୍ରାସ ଦର ପରେ ସୁନା ଏବଂ ରୂପା ସେମାନଙ୍କର ସର୍ବକାଳୀନ ଉଚ୍ଚ ହାର ଠାରୁ ଶସ୍ତା ହୋଇପାରିଛି। ବର୍ତ୍ତମାନ ସୁନା ସର୍ବାଧିକ ମୂଲ୍ୟରେ ପ୍ରାୟ ୩୧୯୨ ଟଙ୍କା ରହିଛି। ପ୍ରତି ୧୦ ଗ୍ରାମ ଏବଂ ରୂପା ୫୫୩୪ ଟଙ୍କା ଏହା କିଲୋଗ୍ରାମ ପ୍ରତି ଶସ୍ତା ଦରରେ କାରବାର କରିଥିଲା। ମଇ ୪ ତାରିଖରେ ସୁନା ଓ ରୂପାର ସର୍ବକାଳୀନ ରେକର୍ଡ ଦରରେ କାରବାର କରିଥିଲା। ସେହି ଦିନ ସୁନା ଭରି ପ୍ରତି ୬୧୬୪୬ ଟଙ୍କା ଓ ରୂପା ୭୬୪୬୪ ଟଙ୍କାରେ କାରବାର କରିଥିଲା।

Show More

Related Articles

Back to top button