Breaking PLUSଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିଜ ଦଳରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ପ୍ରତି ଅସନ୍ତୋଷ  ବଢ଼ିବାରେ ଲାଗିଛି। ରାଜ୍ୟରେ ସରକାର ଗଢ଼ିବାର କାର୍ଯ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଦାନ କରାଯାଇଥିବା ବେଳେ ଶାହା ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିପରି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଟବଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ନିର୍ବାଚନ କମିଟିର ସଂଯୋଜକ ଭାବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ରଖିଥିବା ନେତାଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଶାହାଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦଳ ଭିତରେ ଗୋଷ୍ଠୀବାଦ ହ୍ରାସ ପାଉନାହିଁ। ଶାସକ ଦଳରେ ୬ରୁ ଅଧିକ ଗୋଷ୍ଠୀ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସମସ୍ତେ ନିଜ ନିଜ ଅଞ୍ଚଳରେ କାହା କଥା ଶୁଣୁନାହାନ୍ତି। ଦଳର ରଣନୀତିଜ୍ଞମାନେ ଏସବୁ ପ୍ରସଙ୍ଗକୁ କେନ୍ଦ୍ରରେ ରଖି ନିର୍ବାଚନ ରଣନୀତି ଚୂଡାନ୍ତ କରୁଛନ୍ତି। ଭାଜପାର ଏଭଳି କୌଣସି ନେତା ନାହାନ୍ତି ଯାହାର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ। ସଭିଏଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦଳରେ ୪ ଆଶାୟୀ ଅଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଅଧିକ ହେଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ସମର୍ଥକମାନେ ମଧ୍ୟ ବହୁତ ଆଶା ରଖିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବାଳୟ ପରିଚାଳନା କରୁଥିବା ତାଙ୍କର ଅନେକ ସହକର୍ମୀ ଭୋପାଳରେ ସେମାନଙ୍କର ଡେରା ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନ ନେଇ ତୋମରଙ୍କ ପ୍ରତିକ୍ରିୟା ସକାରାତ୍ମକ ରହିଛି।ସେହିପର କୈଳାସ ବିଜୟଭର୍ଗୀୟଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧୀ ବିବେଚନା କରାଯାଉଛି। ଅତୀତରେ ଜ୍ୟୋତିରାଦିତ୍ୟଙ୍କୁ ବ୍ୟଙ୍ଗ କରିଥିବା କୈଳାସ ଦଳର ରାଷ୍ଟ୍ରୀୟ ମହାସଚିବ ଅଛନ୍ତି। ଦଳ ତାଙ୍କୁ ଦୀର୍ଘ ସମୟ ଧରି କୌଣସି ବଡ଼ ଦାୟିତ୍ୱ ଦେଇନାହିଁ। କିନ୍ତୁ ଏଥର ତାଙ୍କୁ ବିଧାନସଭାରୁ ଟିକେଟ ଦେବାକୁ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ନେଇ ପ୍ରଶ୍ନରେ ତାଙ୍କ ମୁହଁରେ ଏକ ଚମକ ଆସିଯାଉଛି।ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମର୍ଥକ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ଆଶାବାଦୀ ଅଛନ୍ତି। ତାଙ୍କ ସମର୍ଥକଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟଙ୍କ ଗୋଷ୍ଠୀ ମଧ୍ୟ ଅଛନ୍ତି।

Show More

Related Articles

Back to top button