ମନୋରଞନମନୋରଞ୍ଜନ

ପୁଣି ଥ‌ରେ ଲୋକଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି ଅକ୍ଷୟ କୁମାର

ଅକ୍ଷୟ କୁମାର ପୁଣି ଥ‌ରେ ଲୋକଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି। ପୂର୍ବରୁ ତମାଖୁ ବିଜ୍ଞାପନ କରି ସମାଲୋଚିତ ହୋଇ କ୍ଷମା ମାଗିବା ପରେ ଏବେ ପୁଣି ସେହି ବିଜ୍ଞାପନ କରି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଅକ୍ଷୟଙ୍କ ଫିଲ୍ମ ‘ମିସନ୍‌ ରାନିଗଞ୍ଜ’ ଗୋଟାଏ ପଟେ ସିନେମା ହଲ୍‌ରେ ମାନ୍ଦା ଚାଲିଥିବା ବେଳେ ଏପଟେ ପୁଣି ବିବାଦରେ ଛନ୍ଦି ‌ହୋଇଛନ୍ତି ଖିଲାଡି ବୟ। ଅକ୍ଷୟ କୁମାର ଶାହରୁଖ୍‌ ଖାନ ଓ ଅଜୟ ଦେବ୍‌ଗନ୍‌ଙ୍କ ସହ ପୁଣି ଥରେ ଏକ ଗୁଟ୍‌ଖା ବିଜ୍ଞାପନରେ ନଜର ଆସିଛନ୍ତି। ଶାହରୁଖ୍‌ ଖାନ୍‌ ଫ୍ୟାନ୍‌ ପେଜ୍‌ରେ ଏହି ବିଜ୍ଞାପନର ଏକ ଭିଡିଓ ସେୟାର୍‌ ହୋଇଛି। ଯାହାକୁ ଦେଖି ଦର୍ଶକ ପୁଣି ଥରେ ନିଜର କ୍ଷୋଭ ପ୍ରକାଶ କରି ଚାଲିଛନ୍ତି।ବିଜ୍ଞାପନରେ ଶାହରୁଖ୍‌, ଅଜୟ ଓ ଅକ୍ଷୟଙ୍କ ସହ ବିଗବସ୍‌ ଫେମ୍‌ ସୌନ୍ଦର୍ଯ୍ୟା ଶର୍ମା ବି ନଜର ଆସିଛନ୍ତି। ଦେଖିବାକୁ ମିଳିଛି ଯେ ଶାହରୁଖ୍‌ ଓ ଅଜୟ ଗାଡ଼ିରେ ବସି ଘର ବାହାରେ ଅକ୍ଷୟଙ୍କ ଅପେକ୍ଷା କରିଛନ୍ତି। ସେମାନେ ବାରମ୍ବାର ଡାକିବା ପରେ ବି ଅକ୍ଷୟ ଉପରୁ ତଳକୁ ଆସୁନାହାନ୍ତି। ତା’ପରେ ଅଜୟ ଏକ ବଲ୍‌ ପିଙ୍ଗୁଛନ୍ତି ତାଙ୍କ ଝରକାକୁ। ବାଲକୋନିକୁ ଆସୁଛନ୍ତି ସୌନ୍ଦର୍ଯ୍ୟା। କାନରେ ହେଡ୍‌ଫୋନ୍‌ ଦେଇଥିବା କାରଣରୁ ଅକ୍ଷୟ ଶୁଣିପାରୁନାହାନ୍ତି। ତା’ପରେ ଅଜୟ ଗୁଟ୍‌ଖା ପ୍ୟାକେଟ୍‌ ଚିରି ପାଟିରେ ପକାଇବା ମାତ୍ରକେ ବାସ୍ନାରେ ବାହାରକୁ ପଳାଇ ଆସୁଛନ୍ତି ଅକ୍ଷୟ। ଏହି ବିଜ୍ଞାପନକୁ ଲୋକେ ଭାରି ନାପସନ୍ଦ କରିଛନ୍ତି। ଥରେ ଗୁଟ୍‌ଖା ବିଜ୍ଞାପନ କରି ସମାଲୋଚିତ ହୋଇ ଲୋକଙ୍କୁ କ୍ଷମା ମାଗିଥିଲେ। ଆଉ ଏପରି ବିଜ୍ଞାପନ କରିବେନି ବୋଲି ପ୍ରତିଶ୍ରୁତି ବି ଦେଇଥିଲେ। ହେଲେ ଏପରି ପୁଣି କିପରି କଲେ ବୋଲି ଏବେ ପ୍ରଶ୍ନ ଉଠୁଛି।

Show More

Related Articles

Back to top button