Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା

ରାଜ୍ୟବାସୀଙ୍କୁ ପାନୀୟ ଜଳର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଜିଠାରୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଆରମ୍ଭ କରିଛନ୍ତି। ନଳ ଖୋଲିଲେ ବାହାରୁଛି ବିଶୁଦ୍ଧ ପାନୀୟ ଜଳ। ଦୁଆରେ ଦୁଆରେ ପହଞ୍ଚିଛି ଏହି ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା। ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା। ଆଜିଠୁ ଏହି ଯୋଜନାରେ ଉପକୃତ ହେବେ ରାଜ୍ୟର ଆଉ କିଛି ସହର। ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି। ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ସହର ହୋଇଥିବାବେଳେ ଗୋପାଳପୁର ଦ୍ବିତୀୟ । ଯୋଜନା ଜରିଆରେ ଘରକୁ ଘର ଅନ୍ତର୍ଜାତୀୟ ମାନର ୨୪ ଘଣ୍ଟିଆ ଜଳ ଯୋଗାଇ ଦିଆଯାଉଛି । ୨୦୨୦ ସେପ୍ଟେମ୍ବରରେ ଭୁବନେଶ୍ବର ଓ ପୁରୀର ୧୨ଟି ପାଇଲଟ୍ ଜୋନରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା । ୨୦୨୧ରେ ଦେଶର ପ୍ରଥମ ସହର ଭାବେ ପୁରୀ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ପାଇଥିଲା। ତେବେ ଆଜି ରାଜ୍ୟର ନୂଆ ୫ଟି ସହର ଏବଂ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ୍‌। ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଇରଙ୍ଗପୁର, ବୀରମିତ୍ରପୁର, ରାଜଗାଙ୍ଗପୁର, ଚମ୍ପୁଆ ଓ ନିମାପଡ଼ାର ସମଗ୍ର ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି। ଏହାଛଡ଼ା ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଜଳଯୋଗାଣ ସୁବିଧା କରାଯାଇଛି। ବ୍ରହ୍ମପୁରର ୩୭, ଭୁବନେଶ୍ବରର ୨୭, କଟକର ୨୧, ରାଉରକେଲାର ୨୦, ସୁନ୍ଦରଗଡ଼ର ୧୭, ବ୍ୟାସନଗରର ୬, ଖୋର୍ଦ୍ଧାର ୪, ଜଟଣୀର ୩, କେନ୍ଦୁଝର ଓ ଆନନ୍ଦପୁରର ୪ଟି ଲେଖାଏଁ, ହିଞ୍ଜିଳିକାଟୁର ୩, ବଡ଼ବିଲର ୨ ଓ ଯୋଡ଼ାର ଗୋଟିଏ ଓ୍ବାର୍ଡ ଏହି ଯୋଜନାରେ ଯୋଡ଼ିହେବ। ଏହାଦ୍ବାରା ୧୨ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।ତେବେ ଏହି ପର୍ଯ୍ୟାୟରେ ଭୁବନେଶ୍ୱରରୁ ସର୍ବାଧିକ ୩୮୨୫୦୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ଯୋଡ଼ାରେ ୪୦୦୦ ଲୋକ ଉପକୃତ ହେବେ ବୋଲି ଆଜି ସରକାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

Show More

Related Articles

Back to top button