Breaking PLUSସ୍ୱତନ୍ତ୍ର

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କଲା ଅଗ୍ନିଶମ ବାହିନୀ

ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଏ-ନେଇ ଉତ୍ସବ ମୁଖର ହୋଇପଡି଼ଛି ଗାଁରୁ ସହର। ଖାସ୍ କରି ଦୀପାବଳି ଦିନ ଲୋକେ ରଙ୍ଗୀନ ଆଲୋକରେ ନିଜ ଘରକୁ ସଜାଇବା ସହ ବାଣ ଫୁଟାଇ ଏହି ପର୍ବଟିକୁ ଧୁମଧାମରେ ପାଳନ କରିଥାଆନ୍ତି। ଏଥିପାଇଁ ଟ୍ବିନ୍ ସିଟି ରେ ଖୋଲିଛି ବିଭିନ୍ନ ବାଣ ଦୋକାନ ବା ଆତସବାଜୀ ଦୋକାନ। ହେଲେ, ଦୀପାବଳିରେ ଆପଣ କେଉଁ ବାଣ ଫୁଟାଇବେ ଆଉ କେଉଁ ବାଣ ଫୁଟାଇ ପାରିବେନି ସେନେଇ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅଗ୍ନିଶମ ବାହିନୀ । ଏହା ସହ ଦୀପାବଳିରେ ଆପଣ କିପରି ସତର୍କ ରହିବେ ସେନେଇ ଅଗ୍ନିଶମ ବାହିନୀ ବି ସୂଚନା ଦେଇଛି। ଦୀପାବଳିରେ ବିଶେଷ କରି ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ, ରସୁଣ ବାଣ , ଝୁରିଝୁରି, ଚକ୍ରି, କୁମ୍ପି ଆଦି କମ୍ପାନୀର ବାଣ ତିଆରି ଗ୍ରୀନ କ୍ରାକରକୁ ବିକ୍ରି ପାଇଁ ଅନୁମତି ମିଳିଛି । ବିଶେଷକରି, ତାଳ ଫୋଟକା, ସୁତୁଲି ବମ୍, ଟାଇଗର ବମ୍ ଓ ଅଧିକ ଶଦ୍ଧ କରୁଥିବା ବାଣ ଉପରେ କଟକଣା ଲଗାଯାଇଛି। ସେହିପରି ପରିବେଶ ପ୍ରଦୂଷିତ କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡା କଟକଣା ଜାରି କରାଯାଇଛି।

ଦୀପାବଳୀରେ ଆପଣ ଏଭଳି ରୁହନ୍ତୁ ସତର୍କ :

-ବାଣ ଫୁଟାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ପିଲାମାନେ ବାଣ ଫୁଟାଇବା ସମୟରେ ଅଭିଭାବକ ମାନେ ଉପସ୍ଥିତ ରହିବା ଉଚିତ୍

-ସିଧାସଳଖ ହାତରେ ବାଣରେ ଅଗ୍ନି ସଂଯୋଗ କରନ୍ତୁନି ।

– ବାଣ ଠାରୁ ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ ।

-ବାଣ ଫୁଟାଇବା ସମୟରେ ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ ।

-ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ ।

-ଜନ ଗହଳି ସ୍ଥାନରେ ବା ଘର ଭିତରେ ବାଣ ଫୁଟାନ୍ତୁ ନାହିଁ।

ସେହିପରି ବାଣ ଦୋକାନୀଙ୍କ ପାଇଁ କିଛି ନିୟମ ମଧ୍ୟ ଲାଗୁ ହୋଇଛି। ବାଣ ଦୋକାନୀମାନେ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ନ ରଖିବା ସହ ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି ।

Show More

Related Articles

Back to top button