ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଜାଣନ୍ତୁ ନିମ୍ବପତ୍ରର ଔଷଧିୟ ଗୁଣ ସମ୍ପର୍କରେ

ନିମ୍ବପତ୍ରର ସ୍ୱାଦ ପିତା ଆମେ ସମସ୍ତେ ଜାଣୁ। କିନ୍ତୁ ନିମ୍ବପତ୍ର ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ତେବେ ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ବ୍ୟତୀତ ଗବେଷଣାରେ ବୈଜ୍ଞାନିକମାନେ ନିମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଅନେକ କଥା ଦର୍ଶାଇଛନ୍ତି। ପ୍ରତି ଦିନ ଖାଲିପେଟରେ ନିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀରର ବିଭିନ୍ନ ରୋଗ ଭଲ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ମତ ମଧ୍ୟ ଦେଇଛନ୍ତି। ଆସନ୍ତୁ ଜାଣିବା ନିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀରର କ’ଣ ଫାଇଦା ହୋଇଥାଏ ।

ବ୍ଲଡ ସୁଗାର କଣ୍ଟ୍ରୋଲ କରିଥାଏ

ଆଜିକାଲି ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଏହି ରୋଗ ଭଲ ହେବା ପାଇଁ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ କରି ମେଡିସିନ୍ ଖାଉଛନ୍ତି। ଏହାସହ ଘରୋଇ ଉପଚାର ମଧ୍ୟ କରୁଛନ୍ତି। କିନ୍ତୁ ଯଦି ମଧୁମେହ ରୋଗୀମାନେ ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ନିମ୍ବ ପତ୍ର ଖାଆନ୍ତି, ତାହାହେଲେ ସେମାନଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ।

ରକ୍ତ ସଫା ରଖିଥାଏ

ନିମ୍ବପତ୍ରର ଏପରି ଔଷଧୀୟ ଗୁଣ ରହିଛି, ଯାହା ଆମ ଶରୀରର ରକ୍ତକୁ ସଫା ରଖିଥାଏ। ପ୍ରତିଦିନ ସକାଳେ ଖାଲିପେଟରେ ଏହାକୁ ଖାଇଲେ ଆମ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିବା ସହ ଆମ ଶରୀରକୁ ବିଭିନ୍ନ ରୋଗଦାଉରୁ ରକ୍ଷା କରିଥାଏ।

ପାଚନ ସମସ୍ୟାକୁ ଠିକ୍ କରିଥାଏ

ପାଚନ ସମସ୍ୟାକୁ ଠିକ୍‌ କରିଥାଏ ନିମ୍ବପତ୍ର। ପ୍ରତିଦିନ ସକାଳେ ନିମ୍ବକୁ ପତ୍ରକୁ ପାଣିରେ ସିଜାଇ ତାର ପାଣିକୁ ପିଇଲେ ପେଟରେ ଏସିଡ ହୋଇ ନଥାଏ। କେବଳ ଏତିକି ନୁହେଁ କେବେ ପେଟରେ ଯନ୍ତ୍ରଣା ମଧ୍ୟ ହୋଇନଥାଏ। ଏହା ଆମ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରି ପେଟସଫା କରିବାରେ ସାହାଯ୍ୟ କରିଥାଏ।

ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ

ନିମ୍ବ ପତ୍ରରେ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ। ଫଳରେ ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

Show More

Related Articles

Back to top button