Breaking PLUSଦେଶଶିକ୍ଷା

ଶିକ୍ଷା ବିଭାଗର ବଡ ନିଷ୍ପତି ବଦଳିବ ଶିକ୍ଷା ବ୍ୟବସ୍ଥା

ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଚିନ୍ତା ଉପୁଜିଛି । ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ଅନେକ ଅଭିଯୋଗ ମଧ୍ୟ ରେକର୍ଡ କରାଯାଉଛି । କିନ୍ତୁ ଏଭଳି ଘଟଣାରେ ଏବେ ରୋକ ଲାଗିବ । କାରଣ ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ଆଦେଶ ଜାରି କରିଛି ଶିକ୍ଷା ବିଭାଗ । ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଣିକି ସ୍କୁଲର ରିପୋର୍ଟ ପ୍ରତିଦିନ ଯାଞ୍ଚ କରାଯିବ ବୋଲି କୁହାଯାଇଛି । ଏ ନେଇ ଆଗାମୀ ଦିନରେ ବିଧିବଦ୍ଧ ନିୟମ ଲାଗୁ କରିବ ବିହାରର ଶିକ୍ଷା ବିଭାଗ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କେ.କେ ପାଠକ । ବିହାରର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପାଠକଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସ୍କୁଲରେ ଅତି କମରେ ୭୫% ଉପସ୍ଥିତି ଦର୍ଶାଇବା ପାଇଁ ଆଦେଶ ଜାରି କରିବା ପରେ ୩୦୦ ସ୍କୁଲର ରିପୋର୍ଟ କାର୍ଡ ରୋଡ ଚେକ୍ କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି । ଏଣିକି ପ୍ରତିଦିନ ରାଜ୍ୟର ୩୦୦ ସ୍କୁଲର ରିପୋର୍ଟ କାର୍ଡ ଭିଡିଓ କନଫରେନ୍ସିଂ ଜରିଆରେ ଯାଞ୍ଚ କରାଯିବ । ଏଥିରେ ପ୍ରତ୍ୟେକ ଜିଲ୍ଲା ନିଜର ୧୦ଟି ସ୍କୁଲର ପାଠପଢାର ରିପୋର୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଶିକ୍ଷା ବିଭାଗକୁ ପ୍ରଦାନ କରିବେ । ତେବେ ପ୍ରେଜେଣ୍ଟେସନରେ ପାଠପଢା ସହ ସେହି ଦିନର ପିଲାମାନଙ୍କ ଏବଂ ଶିକ୍ଷକଙ୍କ ଉପସ୍ଥିତି, ପରିଷ୍କାର ପରିଚ୍ଛନ୍ନତା, ଖେଳକୁଦ ଏବଂ ପ୍ରୟୋଗଶାଳାରେ ହୋଇଥିବା ଆକ୍ଟିଭିଟି ଇତ୍ୟାଦି ଉପରେ ରିପୋର୍ଟ ଦେବେ ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲଗୁଡ଼ିକ ବିଷୟରେ ପ୍ରତିଦିନ ଅନଲାଇନରେ ରିପୋର୍ଟ(ଫଟୋ ବା ଭିଡିଓ) ଦାଖଲ କରିବ ଜିଲ୍ଲା । ତେବେ ଏହାକୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗର ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସପ୍ତାହକୁ ୫ ଦିନ ସାଢେ ୭ଟାରେ ଏବଂ ଶନିବାର ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ରିପୋର୍ଟ ଦାଖଲ କରାଯିବ ।ଏହାସହିତ ଶିକ୍ଷା ବିଭାଗ ଆଉ ଏକ ବଡ଼ ପଦକ୍ଷେପ ମଧ୍ୟ ନେଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପଙ୍କଜ କୁମାର କହିଛନ୍ତି ଯେ, ମାସିକ ପରୀକ୍ଷା ଦିନ ବର୍ତ୍ତମାନ ପ୍ରଥମ ପାଳିରେ ପାଠପଢା ଏବଂ ଦ୍ୱିତୀୟ ପାଳିରେ ପରୀକ୍ଷା କରାଯିବ । ତେବେ ମାସିକ ପରୀକ୍ଷା ସମୟରେ ୨ ଘଣ୍ଟାର ପରୀକ୍ଷା ପରେ ଶିକ୍ଷକମାନେ ଖାଲି ବସୁଥିବା ଅଭିଯୋଗ ହୋଇଥିଲା । ତେଣୁ ,ହାର ବାକି ସମୟରେ ପିଲାମାନଙ୍କୁ ପାଠ ପଢାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ ।

Show More

Related Articles

Back to top button