ମନୋରଞନମନୋରଞ୍ଜନ

ଜନ୍ମଦିନରେ ଫ୍ୟାନ୍ସ ମାନଙ୍କ ଖୁସି ଖବର ଦେଲେ ଓଡିଆ ଅଭିନେତା ସବ୍ୟସାଚୀ

ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ରଙ୍କର ଆଜି ଜନ୍ମଦିନ । ଏହି ଅବସରରେ  ଶୁଭେଚ୍ଛାର ସୁଅ ଛୁଟୁଛି। ଆଜିକା ଦିନରେ ଅଭିନେତା  ୧୯୮୫ ମସିହାରେ ବୁର୍ଲା, ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ପିଲାଟିବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ସବ୍ୟସାଚୀ  ଆଜିକା ଦିନରେ ଓଡିଆ ସିନେମା ଜଗତରେ ଜଣେ ଆଗଧାଢିରେ ଅଭିନେତା । ଆଜି ତାଙ୍କୁ କୌଣସି ପ୍ରକାର ପରିଚୟର ଆବଶ୍ୟକତା ନାହିଁ । ୨୦୦୭ ମସିହାରେ ‘ପାଗଳ ପ୍ରେମୀ’ ଫିଲ୍ମ ଜରିଆରେ ସେ ଓଲିଉଡ଼ରେ ଡେବ୍ୟୁ କରିଥିଲେ। ତେବେ, ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ସ୍ତରୀୟ ପୁରସ୍କାର ମଧ୍ୟ ପାଇଥିଲେ। ଏହି  ଫିଲ୍ମରେ ତାଙ୍କ ସହ ଅର୍ପିତା ଚାଟାର୍ଜି ବିପକ୍ଷରେ ନାୟିକା ସାଜିଥିଲେ। ଏହି ଫିଲ୍ମଟି ବି ଦର୍ଶକଙ୍କ ମନକୁ ଛୁଇଁଥିଲା। କେବେଳ ସେତିକି ନୁହେଁ , ଏହାପରେ ସେ ଓଲିଉଡ଼କୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି।  ବର୍ତ୍ତମାନ ସୁଦ୍ଧା ସବ୍ୟସାଚୀ ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । କେବଳ ଓଡି଼ଆ ଫିଲ୍ମ ନୁହେଁ, ତେଲୁଗୁ ଫିଲ୍ମରେ ବି ତାଙ୍କର ଅଭିନୟର ଜଲଓ୍ବା ଦେଖିବାକୁ ମିଳିଛି। ଏଥିସହ ସେ ୧୦୦ରୁ ଅଧିକ ଆଲବମରେ କାମ କରିଛନ୍ତି । ଛାତିରେ ଲେଖିଛି ତୋରି ନାଁ, ଡ୍ରିମ୍ ଗାର୍ଲ, ମୁଁ ସପନର ସୌଦାଗର, ପିଲାଟା ବିଗିଡିଗଲା ଓ ପାଗଳ କରିଛି ପାଉଁଜି ତୋର ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।  ନିକଟରେ ସବ୍ୟସାଚୀଙ୍କ ଅଭିନୀତ ଫିଲ୍ମ ‘ପୁସ୍କରା’ ସେପ୍ଟେମ୍ବର ୧୯ ତାରିଖରେ ରିଲିଜ ହୋଇଛି । ଏହି ଫିଲ୍ମଟିକୁ ବି ଦର୍ଶକ ଢେର ସାରା ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଛି। ଲୋକପ୍ରିୟ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ପୁସ୍ତକ ‘ନାଦ ବିନ୍ଦୁ’ର ବିଷୟବସ୍ତୁକୁ ନେଇ ଫିଲ୍ମଟି ନିର୍ମାଣ ହେଉଛି। ଏହି ଫିଲ୍ମରେ ନୀଳକଣ୍ଠ ଚରିତ୍ରରେ ଅଭିନୟ କରୁଛନ୍ତି ସବ୍ୟସାଚୀ ମିଶ୍ର।  ତେବେ, ଜନ୍ମଦିନ ପୂର୍ବରୁ ନିଜ ଫ୍ୟାନ୍ସଙ୍କୁ ଆଉ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଅଭିନେତା । ଫିଲ୍ମ ‘ପୁସ୍କରା’ ରାଜ୍ୟରେ ରିଲିଜ୍ ହୋଇଥିବା ବେଳେ ଆଗାମୀ ଦିନରେ ବେଙ୍ଗାଲୁରୁ ,ଚେନ୍ନାଇ, ହାଇଦ୍ରାବାଦ୍, ଦିଲ୍ଲୀ,ସୁରତ, ପୁଣେ ଓ କୋଲକାତା ପରି ମେଟ୍ରୋ ସିଟିରେ ମଧ୍ୟ ଫିଲ୍ମଟି ପରଦାକୁ ଆସିବ। ସବ୍ୟସାଚୀ ଅଭିନୟରେ ଯେମିତି ଧୁରନ୍ଦର, ପାଠପଢାରେ ବି ସେମିତି ଆଗୁଆ । ସେ ତାଙ୍କ ପ୍ରାଥମିକ ଶିକ୍ଷା ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱରରୁ ଶେଷ ହୋଇଛି। ସେହିପରି, ଯନ୍ତ୍ରଶାସ୍ତ୍ର ସ୍ନାତକ ହାସଲ କରିଥିବା ସବ୍ୟସାଚୀ ସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ପାସ୍ କରିଛନ୍ତି ।  ୨୦୨୧ ମସିହା ମାର୍ଚ୍ଚ ୧ ତାରିଖ ଦିନ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଥିଲେ ସବ୍ୟସାଚୀ।

Show More

Related Articles

Back to top button