Breaking PLUSଦେଶ

ପିଜା ବିକୁଥିବା ବୟ ଲୋନ କରି ସ୍ତ୍ରୀକୁ ଡାକ୍ତରୀ ପଢେଇଲେ, ହେଲେ ଡାକ୍ତର ହେବା ସ୍ତ୍ରୀ ମାରିଲେ ଚମ୍ପଟ

ସଫେଇ କର୍ମଚାରୀ ଆଲୋକ ମୌର୍ଯ୍ୟ ଏବଂ ତାଙ୍କ ଏସ୍‌ଡିଏମ୍‌ ପତ୍ନୀ ଜ୍ୟୋତି ମୌର୍ଯ୍ୟଙ୍କ ବିଷୟରେ ତ ଆପଣ ଜାଣନ୍ତି। ଚାକିରି ପାଇବା ପରେ ନିଜ ସ୍ୱାମୀଙ୍କୁ ଅଣଦେଖା କରି ଅନ୍ୟ ଜଣଙ୍କ ସହ ପରକୀୟା ପ୍ରୀତି ରଖିଥିବା ଜ୍ୟୋତି ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲେ। କେହି କେହି ଜ୍ୟୋତିଙ୍କୁ ଦାୟୀ କରିଥିଲେ ତ କେହି କହିଥିଲେ ଯେ ସମସ୍ତଙ୍କର ଜୀବନ ବଞ୍ଚିବାର ଅଧିକାର ଅଛି। ତେଣୁ ଜ୍ୟୋତି ନିଜ ହିସାବରେ ନିଷ୍ପତ୍ତି ନେଇପାରନ୍ତି। ଆଲୋକ ଅଭିଯୋଗ ଆଣିଥିଲେ ଯେ ସେ ଜ୍ୟୋତିଙ୍କୁ ପାଠ ପଢ଼ାଇ ଏସ୍‌ଡିଏମ୍‌ କରାଇଛନ୍ତି। କିନ୍ତୁ ସେ ଏସଡିଏମ ହେବା ମାତ୍ରେ ହୋମ ଗାର୍ଡ କମାଣ୍ଡାଣ୍ଟଙ୍କ ସହ ତାଙ୍କର ସମ୍ପର୍କ ରଖି ସ୍ୱାମୀଙ୍କୁ ଅଣାଦେଖା କରିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଝଗଡ଼ା ଲାଗି ରହିଥିଲା। ଜ୍ୟୋତି ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ବର୍ତ୍ତମାନ ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ସହ ଜୀବନ ବିତାଇବାକୁ ଚାହୁଁଛନ୍ତି। ଅବିକଳ ଏହିପରି ଏକ ମାମଲା ପୁନଶ୍ଚ ଦେଖିବାକୁ ମିଳିଛି। ଏଠାରେ ଜଣେ ପିଜା ବୟ ଦାବି କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ପ୍ରତାରଣା କରିଛନ୍ତି। ସେ ବ୍ୟାଙ୍କରୁ ଋଣ ନେଇ ତାଙ୍କ ପତ୍ନୀଙ୍କୁ ପାଠ ପଢ଼ାଇଥିଲେ। ମାତ୍ର ଚାକିରି ପାଇବା ମାତ୍ରେ ତାଙ୍କ ପତ୍ନୀ ଅନ୍ୟ କାହା ସହ ଫେରାର୍‌ ହୋଇ ଯାଇଛନ୍ତି। ପତ୍ନୀଙ୍କ ପାଇଁ କରିଥିବା ଋଣ ତାଙ୍କୁ ଏବେ ବି ସୁଝିବାକୁ ପଡୁଛି। ଅଭିଯୋଗକାରୀ ଜଣେ ପିଜା ଡେଲିଭରି ବୟ ଭାବେ କାମ କରନ୍ତି। ତାଙ୍କର ଘର ଝାଡ଼ଖଣ୍ଡର ଗୋଡ୍ଡାରେ। କିଛି ବର୍ଷ ପୂର୍ବେ ଟିଙ୍କୁ ପ୍ରିୟା ନାମକ ଜଣେ ଝିଅକୁ ବିବାହ କରିଥିଲେ। ପ୍ରିୟା ପାଠପଢ଼ାରେ ଖୁବ୍ ଭଲ ଥିଲେ। ସେ ବିବାହ ପରେ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ।ପତ୍ନୀଙ୍କୁ ପାଠ ପଢ଼ାଇବାକୁ ଟିଙ୍କୁଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା, କିନ୍ତୁ ତାଙ୍କ ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଟିଙ୍କୁ ବ୍ୟାଙ୍କରୁ ଋଣ ନେଇଥିଲେ। ପରେ ପ୍ରିୟାଙ୍କୁ ଏକ ନର୍ସିଂ କଲେଜରେ ଭର୍ତ୍ତି କରିଥିଲେ। କିଛିଦିନ ପୂର୍ବେ ଯେତେବେଳେ ପ୍ରିୟାଙ୍କ ପାଠପଢ଼ା ସରିଲା ‌ସେ ତାଙ୍କ ପ୍ରେମିକ ସହିତ ଦିଲ୍ଲୀକୁ ପଳାଇ ଯାଇଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ କଲେଜ ଛୁଟି ପରେ ପତ୍ନୀ ପ୍ରିୟା କୁମାରୀ ନିଜ ପ୍ରେମିକଙ୍କ ସହ ଦିଲ୍ଲୀକୁ ପଳାଇ ସେଠାରେ କୋର୍ଟ ବିବାହ କରିଛନ୍ତି। କୋର୍ଟ ବିବାହ ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ ଫଟୋ କରିଥିଲେ। ସୋସିଆଲ ମିଡିଆରେ ତାଙ୍କ ପତ୍ନୀଙ୍କ ବିବାହ ଫଟୋ ଦେଖିବା ପରେ ଟିଙ୍କୁ ପୁରା ଘଟଣା ବିଷୟରେ ଜାଣିଥିଲେ। ଏହି ଖବର ପରେ ଟିଙ୍କୁ ସଂପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି।  ସେ ଯେଉଁ ପତ୍ନୀଙ୍କୁ ପାଠ ପଢ଼ାଇବାକୁ ବ୍ୟାଙ୍କ୍‌ରୁ ଅଢ଼େଇ ଲକ୍ଷ ଟଙ୍କା କରଜ କରିଛନ୍ତି ସେହି ପତ୍ନୀ ଏବେ ଅନ୍ୟ କାହାକୁ ବିବାହ କରି ଯାଇଛନ୍ତି। ସେ ଭାବିଥିଲେ ପତ୍ନୀ ଚାକିରି କଲେ ଋଣ ସୁଝିିଯିବ, ହେଲେ ହେଲା ପୂରା ଓଲଟା। ଟିଙ୍କୁ ନିଜ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି।

Show More

Related Articles

Back to top button