ଦେଶ ବିଦେଶ

ଘୁଞ୍ଚିଲା JEE Mains

ତୃତୀୟ ଏବଂ ଚତୁର୍ଥ ସେସନ୍‌ ମଧ୍ୟରେ ମାସେ ଅନ୍ତର, ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ଜେଇଇ ମେନ୍‌ ୨୦୨୧ର ଚତୁର୍ଥ ସେସନ୍‌ ପରୀକ୍ଷା ଘୁଞ୍ଚିଲା। ଚତୁର୍ଥ ସେସନ ପରୀକ୍ଷା ୨୬, ୨୭ ଓ ୩୧ ଅଗଷ୍ଟ ଏବଂ ୧ ଓ ୨ ସେପ୍ଟେମ୍ବର​‌ରେ ହେବ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହା ସହ ତୃତୀୟ ଏବଂ ଚତୁର୍ଥ ସେସନ ମଧ୍ୟରେ ୪ ସପ୍ତାହ (ଏକ ମାସ) ଅନ୍ତର ରଖିବାକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ପରାମର୍ଶ କରିଥିବା ମଧ୍ୟ ସେ ଲେଖିଛନ୍ତି। ସେସନ୍‌ ୪ ପାଇଁ ମୋଟ ୭.୩୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକରଣ କରିସାରିଛନ୍ତି।

ଏବେ ପଞ୍ଜିକରଣ ଚାଲିଥିବା ବେଳେ ଏହି ତାରିଖକୁ ପୁଣି ୨୦ ଜୁଲାଇକୁ ଘୁଞ୍ଚାଇ ଦିଆଯିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ତୃତୀୟ ସେସନ ପରୀକ୍ଷା ୨୦ ଏବଂ ୨୫ ଜୁଲାଇରେ ହେବାକୁ ଥିବା ବେଳେ ଚତୁର୍ଥ ସେସନ୍‌ ପାଇଁ ୨୭ ଜୁଲାଇ ଏବଂ ୨ ଅଗଷ୍ଟ ଧାର୍ଯ୍ୟ କରାଯାଇଥିଲା। ଏବେ ଏହି ପରୀକ୍ଷା କୋଭିଡ ପାଇଁ ଘୁଞ୍ଚିଛି।

Show More

Related Articles

Back to top button