ଦେଶ ବିଦେଶମୁଖ୍ୟ ଖବର

ICMR: ଅଗଷ୍ଟ ଶେଷ ସପ୍ତାହ ବେଳକୁ ଭାରତରେ ଆସିପାରେ କରୋନା ତୃତୀୟ ଲହର

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଦେଶରେ କୋଭିଡ-୧୯ ତୃତୀୟ ଲହର ନେଇ ଗୁରୁବାର ପୂର୍ବାନୁମାନ କରିଛନ୍ତି। ଏଥିରେ ଅଗଷ୍ଟ ଶେଷ ବେଳକୁ ଦେଶରେ ହୁଏତ ତୃତୀୟ ଲହର ଆସିପାରେ ବୋଲି ଏଥିରେ ଆଶଙ୍କା କରାଯାଇଥିବା ବେଳେ ଏହା ଦ୍ୱିତୀୟ ଲହର ପରି ଏତେ ତୀବ୍ର ହେବ ନାହିଁ ବୋଲି ଅନୁମାନ କରୁଛନ୍ତି।

ଗଣମାଧ୍ୟମ ସହ ଆଲୋଚନାରେ ଆଇସିଏମଆରଙ୍କ ମହାମାରୀ ବିଜ୍ଞାନ ଓ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ସମୀରଣ ପଣ୍ଡା କହିଛନ୍ତି ଯେ ସୁପର ସ୍ପ୍ରେଡର ଘଟଣାମାନଙ୍କୁ ରୋକାଯାଇପାରିଲେ ଦେଶରେ ସଂକ୍ରମଣ ବୃଦ୍ଧି ଜନିତ ଜଟିଳତା ହ୍ରାସ ହୋଇପାରିବ। ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଆଇସିଏମଆରଙ୍କ ଏହି ସୂଚନାର ସପ୍ତାହକ ପୂର୍ବରୁ କୋଭିଡ ତୃତୀୟ ଲହର ଭାରତରେ ନିଶ୍ଚିତ ପ୍ରକୋପ କରିବ ବୋଲି କହିଥିଲେ।ଉପଲବ୍ଧ ବୈଶ୍ୱିକ ସାକ୍ଷ ଓ ମହାମାରୀ ଇତିହାସରୁ ଦେଶରେ ତୃତୀୟ ଲହର ନିଶ୍ଚିତ ଓ ଆସନ୍ନ ବୋଲି ଆଇଏମଏ କହିଥିଲେ। ଏଥିରେ ହୁଏତ ଆଗାମୀ କୋଭିଡ ଲହରକୁ ଆମେ ଆମନ୍ତ୍ରଣ ଦେଇପାରୁ ବୋଲି ଆଇଏମଏ ଆଶଙ୍କା କରିଥିଲେ। ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ହୋଇ ଆସୁଥିବା ବେଳେ ସରକାର ଓ ଜନସାଧରଣ କରୋନା ନିୟମର ଯେପରି ଉଲ୍ଲଂଘନ କରୁଛନ୍ତି ଏଥିରୁ ଆଶଙ୍କାକୁ ଏବେ ଆଉ ଏଡାଇ ଦିଆଯାଇ ନପାରେ ବୋଲି କହିଛନ୍ତି। ସରକାରୀ ସଭାସମିତି ହେଉକି ସାର୍ବଜନିକ ଉତ୍ସବରେ ଏବେ ଉଭୟ ସରକାର ଓ ଜନତା ମସଗୁଲ ହୋଇପଡିଛନ୍ତି ବୋଲି ଆଇଏମଏ ଏଥିଲାଗି ଚେତାଇ ଥିଲେ ମଧ୍ୟ।କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ବୁଧବାର ଏ ନେଇ ସତର୍କ କରିଥିଲେ।

ଏଥିରେ ଲୋକେ କୋଭିଡ ତୃତୀୟ ଲହରକୁ ପାଣିପାଗ ପୂର୍ବାନୁମାନ ଭାବୁଥିବା ଯୁଗ୍ମ ସ୍ୱାସ୍ଥ୍ୟ ସଚିବ କହିଥିଲେ। ତେବେ ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ବିଶ୍ୱରେ କରୋନା ତୃତୀୟ ଲହର ଏବେ ତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାର ସୂଚିତ କରିଥିଲେ। ଏହି ଲହର ବିଶ୍ୱକୁ କୋଭିଡର ଡେଲ୍ଟା ଭାରିଆଣ୍ଟ ଯୋଗେ ଆସୁଥିବାର ମଧ୍ୟ ସତର୍କ କରାଇଛନ୍ତି।ବିଶ୍ୱରେ ଏବେ ତୃତୀୟ ଲହରର ସୂଚନା ମିଳିଲାଣି ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡା.ଭି.କେ.ପଲ କହିଛନ୍ତି। ଏବେ ସାରା ପୃଥିବୀରେ ଦୈନିକ ୩.୯ ଲକ୍ଷ ନୂଆ ମାମଲା ଚିହ୍ନଟ ହେବା ଲହରର ପ୍ରାରମ୍ଭିକ ସୂଚନା ହୋଇପାରେ ବୋଲି ସେ କହିଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଦ୍ୱିତୀୟ ଲହର ଆସିବା କାଳରେ ସାରା ପୃଥିବୀରେ ଦୈନିକ ୯ଲକ୍ଷ ନୂଆ ମାମଲା ଚିହ୍ନଟ ହେଉଥିଲା। ଏଣୁ ତୃତୀୟ ଲହର ମଧ୍ୟ ଭୟାନକ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

Show More

Related Articles

Back to top button