ଖେଳ

ଗ୍ରାଣ୍ଡ ଇଭେଣ୍ଟ ପାଇଁ ICCର ସ୍ପେଶାଲ ପ୍ଲାନ

୧୯ ତାରିଖ ଦିନ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ଅନ୍ୟ ବିଶ୍ୱକପ ଅପେକ୍ଷା ଚଳିତବର୍ଷର ବିଶ୍ୱକପ ଆହୁରି ରୋମାଞ୍ଚ ଏବଂ ସଂଘର୍ଷପୂର୍ଣ୍ଣ ହେବା ନେଇ ଅନୁମାନ କରାଯାଉଛି । ତେବେ ଭାରତର ସର୍ବବୃହତ୍ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ, ଅହମ୍ମଦାବାଦରେ ଏହି ଐତିହାସିକ ମ୍ୟାଚ ଖେଳାଯିବ । ଭାରତ(ବିସିସିଆଇ) ଚଳିତବର୍ଷ ସମ୍ପୂର୍ଣ୍ଣ ଭାବରେ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଥିବାରୁ ଏହି ଫାଇନାଲକୁ ମ୍ୟାଚକୁ ଆହୁରି ଗ୍ରାଣ୍ଡ କରିବାକୁ ଚେଷ୍ଟା କରିଛି । ଏୟାରଫୋର୍ସର ସ୍ପେଶାଲ ଏୟାର ଶୋ’ ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଫାଇନାଲ ସନ୍ଧ୍ୟା ରଙ୍ଗାରଙ୍ଗ କରିବ ବିସିସିଆଇ । ତେବେ ଆଇସିସି ପକ୍ଷରୁ ଫାଇନାଲ ସନ୍ଧ୍ୟାର ୪ଟି ପର୍ଯ୍ୟାୟର ସେରିମୋନୀ ତାଲିକା ପ୍ରକାଶ କରିଛି । ଏହି ଫାଇନାଲ ମ୍ୟାଚ ପାଇଁ ଅହମ୍ମଦାବାଦ ଷ୍ଟାଡିୟମରେ ପହଞ୍ଚିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଦିନକୁ ଆହୁରି ସ୍ମରଣୀୟ କରିବା ପାଇଁ ବିଭିନ୍ନ ଲାଇଟ୍ ଶୋ’ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରୋଗ୍ରାମ ମଧ୍ୟ ରହିଛି ।

୧. ବାୟୁସେନାର ଏୟାର ଶୋ’: ଭାରତରେ ପ୍ରଥମ ବିଶ୍ୱକପ ଫାଇନାଲକୁ ଗ୍ରାଣ୍ଡ କରିବା ପାଇଁ ଇଭେଣ୍ଟରେ ଯୋଗ ଦେବ ଭାରତର ଏୟାରଫୋର୍ସ । ଫାଇନାଲ ସନ୍ଧ୍ୟାରେ କ୍ରିକେଟ ପ୍ରଶଂସକ ଏବଂ ଖେଳାଳିମାନଙ୍କ ପାଇଁ ୧୦ ମିନିଟର ଏୟାର ଶୋ’ କରିବ ଭାରତର ସୂର୍ଯ୍ୟକିରଣ ଆକ୍ରୋବାଯିକ ଟିମ୍ । ଫ୍ଲାଇଟ୍ କମାଣ୍ଡର ତଥା ଡେପୁଟି ଟିମ୍ ଲିଡର ୱିଙ୍ଗ୍ କମାଣ୍ଡର ସିଦ୍ଧେଶ କାର୍ତ୍ତିକଙ୍କ ନେତୃତ୍ୱରେ ଏକ ନଅ ହକ୍ ଦଳ ନେତୃତ୍ୱ ନେବେ। ସୂର୍ଯ୍ୟକିରଣ ଆକ୍ରୋବାଟିକ୍ ଟିମ୍ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଉପରେ ଏକ ଭର୍ଟିକାଲ ଏୟାରଶୋ କରିବେ ଭାରତର ବାୟୁସେନା ଯବାନ।

୨. ଚମ୍ପିଆନ ଅଧିନାୟକଙ୍କ ପ୍ୟାରେଡ: ପ୍ରଥମ ଥର ପାଇଁ ବିଶ୍ୱକପ ଇତିହାସର ସମସ୍ତ ବିଜୟୀ ଅଧିନାୟକଙ୍କୁ ନିମନ୍ତ୍ରଣ କରିଛି ଆଇସିସି । ୨୦୨୩ ବିଶ୍ୱକପ ଫାଇନାଲକୁ ସ୍ପେଶାଲ କରିବା ପାଇଁ ଏହି ଅଧିନାୟକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଲେଜର ମଧ୍ୟ ପ୍ରଦାନ କରିବା ପାଇଁ ପ୍ଲାନ କରିଛି ଆଇସିସି । ଏହି ୧୯୭୫ ବିଶ୍ୱ ବିଜୟୀ ଦଳର ଅଧିନାୟକ କ୍ଲାଇଭ ଲୟଡଙ୍କ ସହିତ ୧୯୮୩ ଭାରତୀୟ ଅଧିନାୟକ କପିଲ ଦେବଙ୍କ ପାଖରୁ ଆରମ୍ଭ କରି ୨୦୧୧ ବିଶ୍ୱକପ ଅଦିନାୟକ ଏମ.ଏସ ଧୋନୀ ଏବଂ ୨୦୧୯ ବିଶ୍ୱକପ ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଗାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଏହି ବିଶ୍ୱବିଜୟୀ ଅଧିନାୟକଙ୍କୁ ସ୍ପେଶାଲ ବ୍ଲେଜର ଦେଇ ସମ୍ମାନିତ କରିବ ଆଇସିସି ।

୩. ମ୍ୟୁଜିକ ଇଭେଣ୍ଟ: ଭାରତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ପ୍ରୀତମ ଏହି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିବେ । ଆଇସିସିର ଚଳିତର୍ବେର ଆନ୍ଥେମ ‘ଦିଲ୍ ଜସ୍ନ ଜସ୍ନ ବୋଲେ’ ଗୀତ ଗାଇ ଷ୍ଟାଡିୟମରେ ଉପସ୍ତିତ ଦର୍ଶକଙ୍କୁ ଝୁମାେଇବେ ପ୍ରୀତମ । ଏହାବ୍ୟତୀତ ‘କେସରିୟା’, ‘ଦେବା ଦେବା’ ଏବଂ ‘ଲେହରା ଦୋ’ ଭଳି ଦେଶର ଲୋକପ୍ରିୟ ଗୀତର ତାଳେ ତାଳେ ୫୦୦ରୁ ଅଧିକ ଡାନ୍ସରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମର ଆସରରେ ରଞ୍ଜିତ ହେବ ବିଶ୍ୱକପ ଫାଇନାଲର ଏହି ସନ୍ଧ୍ୟା ।

୪. ୧୨୦୦ ଡ୍ରୋନ ସହ ଚମ୍ପିଆନ ଦଳକୁ ଶୁଭେଚ୍ଛା: ବିଶ୍ୱକପରେ ବିଜୟୀ ଦଳକୁ ଭିନ୍ନ ଧରଣର ଶୁଭେଚ୍ଛା ଜଣାଇବ ଆଇସିସି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟକୁ ଶେଷ କରିବା ପାଇଁ ଲେଜର ଶୋ’ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚମ୍ପିଆନ ଦଳର ନାଁ ସହିତ ବିଶ୍ୱକପର ଲୋଗୋ ଏବଂ ଟ୍ରଫି ଷ୍ଟାଡିୟମର ଆକାଶରେ ଦେଖିବାକୁ ମିଳିବ । ଏତିପାଇଁ ୧୨୦୦ରୁ ଅଧିକ ଡ୍ରୋନର ବ୍ୟବହାର କରାଯିବ ବୋଲି ଜାଣିବାକୁ ମିଳିଛି । ଏହାବ୍ୟତୀତ ବାଣ ଏବଂ ଲାଇଟ ଶୋ’ରେ ଝଲସିବ ଅହମ୍ମଦାବାଦର ଆକାଶ । ଗତ ଆଇପିଏଲରେ ଏହାର ଝଲକ ମିଳିଥିବା ବଳେ ବିଶ୍ୱକପ-୨୦୨୩ ଫାଇନାଲ ଇଭେଣ୍ଟରେ ମଧ୍ୟ ଏହା ଦେଖିବାକୁ ମିଳିବ ।

Show More

Related Articles

Back to top button