ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଖାଇ ସାରିବା ପରେ ଚା’ ପିଇବା ଦ୍ୱାରା କଣ ହୋଇଥାଏ

ଅଧିକାଂଶ ଲୋକଙ୍କୁ ଚା ପିଇବାକୁ ବଦୁତ ଭଲ ଲାଗିଥାଏ। ସେମାନଙ୍କ ଦିନ ଚା’ କପ୍‌ରୁ ଆରମ୍ଭ ହୋଇଥାଏ ଓ ଚା କପରୁ ଶେଷ ହୋଇଥାଏ। ଏମିତି ବା ଲୋକ ଅଛନ୍ତି ଯେଉଁମାନେ ପି‍ଇବା ପରେ ସେମାନେ ବିଛଣା ଛାଡ଼ିଥାନ୍ତି। ଆଉ କେତେକ ଲୋକ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇଥାନ୍ତି। କାହିଁକିନା ପେଟ ପୂରା ଖାଇବା ପରେ ଅଳସୁଆ ଲାଗିବା ସହ ଟିକେ ମଧ୍ୟ ନିଦ ଆସିଥାଏ। ଏଥିପାଇଁ ଟିଫିନ ଓ ବ୍ରେକଫାଷ୍ଟ କରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇବାକୁ କେତେକ ଲୋକ ପସନ୍ଦ କରିଥାନ୍ତି। ଯଦି ଏହି ଅଭ୍ୟାସ ଥାଏ, ତାହା ହେଲେ ଆପଣ ଶୀରର ପାଇଁ କ୍ଷତିକାରକ ସ୍ୟାବସ୍ତ ହେବ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଚା’ ପିଇଲେ ଆମ ଶରୀରରେ କ’ଣ କ୍ଷତି ହୋଇଥାଏ। ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଖାଦ୍ୟ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇଲେ ତାର ସାଇଡିଫେକ୍ଟ ଶରୀର ଉପରେ ପଡ଼ିଥାଏ। ଖାଲି ଏତିକି ନୁହେଁ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଚା’ ପିଇବା ଦ୍ୱାରା ଆମ ଶରୀର ପ୍ରୋଟିନ ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟ କରିନଥାଏ । କାରଣ ଚା’ ପତିରେ ଟାନିକ ଏସିଡ୍ ଥାଏ। ଯାହା ଫଳରେ ଖାଦ୍ୟରୁ ମିଳୁଥିବା ପ୍ରୋଟିନ, ଆଇରନରେ ଟାନିକ ଏସିଡ୍ ମିଶ୍ରିତ ହେବା ଦ୍ୱାରା ଠିକ୍ ଭାବରେ ଖାଦ୍ୟ ହଜମ ହୋଇ ନଥାଏ ଓ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ। ଯେପରିକି ପେଟ ଫୁଲାଇ ଦେବା ସହ ଖାଇବାକୁ ଇଚ୍ଛା ହୋଇ ନଥାଏ। ଡିହାଇଡ୍ରେସନ ହେବା ଦ୍ୱାରା ମୁଣ୍ଡ ମଧ୍ୟ ବ୍ୟାଥା ହୋଇଥାଏ। ଏଥିପାଇଁ ଡାକ୍ତର ଓ ଗବେଷକଙ୍କ କହିବା ଅନୁସାରେ, ଖାଇବାର ଏକ ଘଣ୍ଟା ପୂର୍ବରୁ ଚାହା ପିଅନ୍ତୁ, ନ ହେଲେ ଖାଇ ସାରିବାର ଏକ ଘଣ୍ଟା ପରେ ଚାହା ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

Show More

Related Articles

Back to top button