Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିୟାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର

ଢାକା- ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶର ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ଖାଲିଦା ଜିୟାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । 78 ବର୍ଷୀୟା ଖାଲିଦା ଜିୟା ଗତ 50 ଦିନ ହେବ ରାଜଧାନୀ ଢାକାର ଏଭରକେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ । ତେଣୁ ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ବିଦେଶ ନେଇଯିବାକୁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ପରିବାର ପକ୍ଷରୁ ସରକାରଙ୍କୁ ଅନୁମତି ମଗାଯାଇଛି ।
ଅନୁମତି ମିଳିବା ମାତ୍ରେ ହିଁ ଖାଲିଦାଙ୍କୁ ବିଦେଶ ନିଆଯିବ । ସେ ଲିଭର ସିରୋସିସ ରୋଗରେ ପୀଡିତ ଅଛନ୍ତି । ତେଣୁ ଜର୍ମାନୀ ନେବାକୁ ପରିବାର ଲୋକେ ଯୋଜନା କରୁଛନ୍ତି । ଜର୍ମାନୀ ସହିତ ଅତିରିକ୍ତ ସଂଯୁକ୍ତ ରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ହସ୍ପିଟାଲ ସହିତ ମଧ୍ୟ ଯୋଗାଯୋଗ କରାଯାଇଛି ।

Show More

Related Articles

Back to top button