ବିଧାନସଭା

କିଭଳି ଥିଲା ସାତ ଦିନରେ ବିଧାନସଭାର,ଭାର ପ୍ରସଙ୍ଗ

ଏ ବର୍ଷ ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରତିଟି ପ୍ରସଙ୍ଗକୁ ପୂର୍ବରୁ ଅଣଦେଖା କରୁଥିବା ବିଜେଡି ଏଥର ନିଜର ନୀତିକୁ ବଜାୟ ରଖିବାରେ ଅସମର୍ଥ ହୋଇଛି। ମୋଟା ମୋଟି ଭାବେ ଏହି ସାତ ଦିନରେ ଉଠିଥିବା ସାତ ପ୍ରମୁଖ ପ୍ରସଙ୍ଗ ଗୃହ କାର୍ଯ୍ୟକୁ ସ୍ୱଭାବିକ ଭାବେ ଚଳାଇ ଦେଇ ନାହିଁ। ଏହି ସାତ ପ୍ରସଙ୍ଗରୁ ୫ଟି  ଶାସକ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରୁ ବାଧ୍ୟ ହୋଇ ବାଚସ୍ପତି ସମୟ ପୂର୍ବରୁ ବିଧାନସଭାକୁ ବନ୍ଦ କରିଛନ୍ତି।   ଅଧିବେଶନର ପ୍ରଥମ ଦିନ ସ୍ୱଭାବିକ ଥିଲା। କାର୍ଯ୍ୟସୂଚୀ ଅନୁସାରେ ସବୁକିଛି ସମାପନ ହୋଇଥିଲା। ନୂତନ ବାଚସ୍ପତିଙ୍କ ଆସନ ଗ୍ରହଣ, ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହରେ ଅତିରିକ୍ତ ବଜେଟ୍‍ ଆଗତ ହୋଇଥିଲା। କିନ୍ତୁ ଦ୍ୱିତୀୟ ଦିନରୁ ଆରମ୍ଭ ହୋଇଥିଲା ଅଚଳାବସ୍ଥା। ଗୋଟିକ ପରେ ଗୋଟିଏ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘରିଥିଲେ। ପ୍ରସଙ୍ଗଗୁଡ଼ିକ ଏତେ ପ୍ରଭାବଶାଳୀ ଥିଲା ଯେ, ଶାସକ ଦଳ ଏହାର ଜବାବ ରଖିବାକୁ ବାଧ୍ୟ ହୋଇଥିଲେ। ଚତୁର୍ଥ ଦିନରେ ବାଚସ୍ପତିଙ୍କ ଉପରକୁ ଡାଲି ଫୋପାଡ଼ିଥିଲେ ବିରୋଧୀ। ଏହା ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଅପମାନ ବୋଲି ଅଭିହିତ ହେଲା। ପରେ ଦୁଇଜଣ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଏବଂ ମୋହନ ମାଝିଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା। ଏହାକୁ ଦୃଆ ବିରୋଧ କରିଥିଲା ବିଜେପି। ବିରୋଧ ଏତେ ଶାଣିତ ଥିଲା ଯେ, ଗୃହ କାର୍ଯ୍ୟ ଚଳାଇବାକୁ ବାଚସ୍ପତି ସମର୍ଥ ହୋଇ ନଥିଲେ। ବାରମ୍ବାର ଗୃହକୁ ମୁଲତବୀ କରିବା ପରେ ଶେଷରେ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ।

ପଞ୍ଚମରେ ଥିଲା ‘ଜନବିରୋଧୀ ଶବ୍ଦର ଅପସାରଣ। ବିରୋଧୀଙ୍କୁ ପଛକୁ ଠେଲିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ  ‘ଜନ ବିରୋଧୀ’ ଶବ୍ଦର ପ୍ରୟୋଗ କରିଥିଲେ। ଯାହା ଆକ୍ଷେପମୂଳକ ବୋଲି ଅଭିଯୋଗ କରିଥିଲା ବିଜେପି। ଆଉ ସେ ବାବଦରେ ନିଷ୍ପତ୍ତି ନେଇ ବାଚସ୍ପତି ବିଧାନସଭା ରେକର୍ଡରେ ‘ଜନବିରୋଧୀ’ ଶବ୍ଦର ବ୍ୟବହାର ନକରିବାକୁ ଆଦେଶ ଦେଇଥିଲା। ଖାଲିଯେ ବିରୋଧୀଙ୍କ ବାଣରେ ଶାସକ ଆକ୍ରାନ୍ତ ହୋଇଥିଲେ ତାହା ନୁହଁ, ଶାସକ ଦଳର ସମୀକରଣ ଏଥର କାମ ଦେଇ ନଥିଲା। କଣ୍ଟାକୁ କଣ୍ଟାରେ କାଢ଼ିବା ନ୍ୟାୟକୁ ଆପଣାଇ  ଶାସକ ବି ବିରୋଧୀଙ୍କୁ ଘେରିଥିଲେ। କିନ୍ତୁ ଗୃହରେ ଶାନ୍ତ ବାତାବରଣ ସୃଷ୍ଟି କରିବାରେ ସମର୍ଥ ହୋଇପାରିନଥିବା ହେତୁ  ବାରମ୍ବାର ଗୃହ ମୁଲତବୀ ହୋଇଥିଲା।  ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କ ଏହି ପ୍ରଥମ ଅଧିବେଶନ ଅନେକ ଦୃଷ୍ଟିରୁ ସ୍ମରଣୀୟ ରହିବ। କାରଣ ଏଥିରେ ଶାସକ ଦଳ କମ୍‍ ବିରୋଧୀଙ୍କ ଗୁରୁତ୍ୱ ଅଧିକ ଦେଖିବାକୁ ମିଳିଥିଲା।

Show More

Related Articles

Back to top button