Breaking PLUSମନୋରଞନମନୋରଞ୍ଜନ

କିଙ୍ଗଖାନ ଜୱାନ ଠାରୁ ବି ଅଧିକ ଫି ନେଲେ ଡୁଙ୍କି ପାଇଁ

୨୦୨୩ କିଙ୍ଗ୍ ଖାନ ଶାହରୁଖ ଖାନଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି । ବର୍ଷ ଆରମ୍ଭରୁ ନିଜ ଫ୍ୟାନ୍ସଙ୍କୁ ଜବଦରଦସ୍ତ ଭେଟି ଦେଇ ଆସୁଛନ୍ତି ଶାହରୁଖ । ଚଳିତ ଜାନୁଆରୀ ୨୫ରେ ଶାହାରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ୍’  (Pathaan) ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ବକ୍ସ ଅଫିସର ଖୁବ ପ୍ରଶଂସା ସାଉଁଟିଛି। ଏହି ଫିଲ୍ମରେ  ଶାହାରୁଖ୍ ଖାନଙ୍କ ସହ ଦୀପିକା ପାଦୁକୋନ୍, ଜନ ଆବ୍ରାହମ୍,  ଏକଥା କୈଲ୍, ଡିମ୍ପଲ କପାଡିଆ, ମନୀଷ ଓ୍ବାଧା, ଆଶୁତୋଶ ରଣାଙ୍କ ସହ କେମୋ ଭୂମିକାରେ ସଲମାନ ଖାନ୍ ମଧ୍ୟ ନଜର ଆସିଥିଲେ। ଏହି ଫିଲ୍ମଟି  ବିଶ୍ବବ୍ୟାପି ମୋଟ୍ ୧,୦୫୦.୩୦ କୋଟି ସଂଗ୍ରହ କରିଥିବା ବେଳେ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା ଏହାପରେ ଚଳିତ ମାସ ୭ ତାରିଖରେ ଫିଲ୍ମ ‘ଜଓ୍ବାନ୍’ ରିଲିଜ୍ ହୋଇଛି । ଏହି ଫିଲ୍ମରେ ଶାହାରୁଖଙ୍କ ସମେତ ସିନେମାରେ ବିଜୟ ସେଠୁପାଠୀ ଓ ନୟନ୍ତରାଙ୍କୁ ମଧ୍ୟ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି । ଏବେ ସୁଧା ଫିଲ୍ମଟିର ମୋଟ କଲେକସନ୍ ୪୪୦.୪୮ କୋଟିରେ ପହଞ୍ଚିଛି ।  ତେବେ, ଏହାରି ଭିତରେ ଫ୍ୟାନ୍ସ ମାନଙ୍କୁ ଆଉ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ଶାହାରୁଖ୍ । ଶାହାରୁଖ୍ ଖାନଙ୍କ ଅଭିନୀତ  ଆଗାମୀ ଫିଲ୍ମ ‘ଡୁଙ୍କି’ (Dunki) ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ, ଡିସେମ୍ବର ୨୨ ରେ ରିଲିଜ୍ ହେବାକୁ ଯାଉଛି ଏହି ଚଳଚ୍ଚିତ୍ର । ଖ୍ରୀଷ୍ଟମାସ ଅବସରରେ କିଙ୍ଗ ଖାନଙ୍କ ଅଭିନୀତ ଏହି ଫିଲ୍ମ ପରଦାକୁ ଆସିବ । ତେବେ, ଏହି ଫିଲ୍ମ ପାଇଁ ଶାହାରୁକ୍ ୧୦୦ କୋଟି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।   ଏହି ଫିଲ୍ମରେ ଶାହାରୁଖ୍ ଖାନଙ୍କ ବ୍ୟତିତ ତାପସୀ ପନ୍ନୁ, ରାଜକୁମାର ହିରାନୀ, ଭିକି କୌଶଲ, ସତୀଶ ସାହା, ବୋମାନ୍ ଇରାନୀ ଓ ଜେରେମି ଓ୍ବିଲର ଭଳି ଅଭିନେତା ନଜର ଆସିବେ।  ତେବେ, ଏହି ଫିଲ୍ମଟି ପାଖାପାଖି ୩୦୦ କୋଟି ବଜେଟରେ ତିଆରି ହୋଇଛି ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର କାହାଣୀ କନିକା ଦିଲୋନ, ରାଜକୁମାର ହିରାନୀ ଓ ଅଭିଜିତା ଯୋଶି ଲେଖିଛନ୍ତି। ଫିଲ୍ମଟିକୁ ରାଜକୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୌରୀ ଖାନ ଓ ରାଜ କୁମାର ହିରାନୀ ପ୍ରଯୋଜକ ରହିଛନ୍ତି।

Show More

Related Articles

Back to top button