Breaking PLUSମନୋରଞନମନୋରଞ୍ଜନ

ଏଥର ଘୋଡା କି କାରରେ ନୁହଁ ଡଙ୍ଗାରେ ରୋଷଣି କରିଯିବେ ରାଘବ ଚଡ୍ଡା

ଆଉ ଦିନ କେଇଟା ପରେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଡ୍ଡାଙ୍କ ହାତଗଣ୍ଠି ପଡିବାକୁ ଯାଉଛି। ପରସ୍ପରକୁ ସାତ ଜନ୍ମର ସାଥୀ କରିବେ ରାଜନେତା ଓ ଅଭିନେତ୍ରୀ । ତେବେ ଗତ ମେ ମାସରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲେ ଏହି ଦୁଇଜଣ। ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ଷ୍ଚାର କପଲ । ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ ତାରିଖରେ ଦୁହେଁ ବିବାହ କରିବେ। ରାଜସ୍ଥାନ ଉଦୟପୁରରେ ହେବାକୁ ଥିବା ଏହି ବିବାହ ସଂପୂର୍ଣ୍ଣ ପଞ୍ଜାବୀ ରୀତିନୀତିରେ ହେବ ବୋଲି ଜଣାପଡ଼ିଛି । ତେବେ ବିବାହକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ପରିଣୀତି ଓ ରାଘବଙ୍କ ବର ବଧୂ ବେଶରେ ଦେଖିବାକୁ ପ୍ରଶଂସକମାନେ ବେଶ୍  ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ବର୍ତ୍ତମାନ ବିବାହକୁ ନୂଆ ତଥ୍ୟା ସାମ୍ନାକୁ ଆସିଛି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅନ୍ୟ ବରଙ୍କ ପରି ସାଂସଦ ରାଘବ ଚଢା ହାତୀ, ଘୋଡା, ରଥ କିମ୍ବା କାରରେ ଆସିବେ ନାହିଁ। ବରଂ ଏକ ବିଳାସପୂର୍ଣ୍ଣ ଡ଼ଙ୍ଗାରେ ଆସିବେ ବୋଲି ଜଣାପଡ଼ିଛି । ବିବାହ ପରେ ପରିଣୀତିଙ୍କୁ ରାଘବ ସେହି ଡ଼ଙ୍ଗାରେ ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିବାହ ହେବାକୁ ଥିବା ତାଜ ହୋଟେଲ ଜୋରଦାର ପ୍ରସ୍ତୁତି ଜାରି ଚାଲିଛି । ଦମ୍ପତି ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ବିବାହ କରିବା ନେଇ ସୂଚନା ମିଳିଛି ।  ସେପ୍ଟେମ୍ବର ୨୩ରେ ଉଦୟପୁରରେ ହଳଦୀ-ମେହେନ୍ଦୀ ଓ ସଂଗୀତ ସମାରୋହ ହେବ। ପରିଣୀତି-ରାଘବଙ୍କ ବିବାହ ଲୀଲା ପ୍ୟାଲେସ ହୋଟେଲରେ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନେତା ଯୋଗ ଦେବା ନେଇ ସୂଚନା ମିଳିଛି ।  ଅତିଥିମାନଙ୍କ ରହିବା ପାଇଁ ଉଦୟଭିଲା ହୋଟେଲ ବୁକ୍ କରାଯାଇଛି। ବିବାହ ପରେ  ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି  ଦେବେ । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଲେଖାଯାଇଛି।

Show More

Related Articles

Back to top button