Breaking PLUSଓଡ଼ିଶାସ୍ୱାସ୍ଥ୍ୟ

ଆଜି ପୁଣି ସ୍କ୍ରବ ଟାଇଫସରେ 11 ଆକ୍ରାନ୍ତ ଚିହ୍ନଟ

କରୋନା ମହାମାରୀ ପରେ ଏବେ ପୁଣି ସ୍କ୍ରବ ଟାଇଫସ ଭଳି ଏକ ରୋଗ ଆକ୍ରାନ୍ତ ଖେଳାଇବାରେ ଲାଗିଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସରେ ୭ଜଣ ଆକ୍ରାନ୍ତ ଥିବା ବେଳେ ଆଜି ପୁଣି ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ଛୁଇଁଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଏହା ଟିଙ୍କ ଜାତୀୟ ଅତି କ୍ଷୁଦ୍ର କୀଟ ଦ୍ୱାରା ବ୍ୟାପୁଛି। ସାଧାରଣତଃ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଏହି ପୋକ ଦେଖିବାକୁ ମିଳିଥାଏ । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ସୁବିଧା ଥିବା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଥାଏ । ଏହି ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ହେବା ସହ ମୁଣ୍ଡ ବୁଲାଇବା ଓ ମାଂସପେଶୀ ଦରଜ ହୋଇଥାଏ । ପୋକ କାମୁଡିଥିବା ସ୍ଥାନ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡିଯାଏ । ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ୍ ସମୟରେ ପରୀକ୍ଷା କରି ଚିକିତ୍ସା କରାଇଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button