ଦେଶ ବିଦେଶ

କାଶ୍ମୀର ଉପତ୍ୟାକାରେ ୨ ମାସ ପାଇଁ ଏଲପିଜି ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ

ସୁରକ୍ଷା କର୍ମୀଙ୍କ ପାଇଁ ସ୍କୁଲ ଗୃହ ଖାଲିକରାଗଲା

LACରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଜାମ୍ମୁ କାଶ୍ମୀରେ ସରକାର ୨ଟି ନିର୍ଦ୍ଦେଶନାମା ନାମା ଜାରି କରିଛନ୍ତି । ସ୍ଥାନୀୟ ସରକାର ଦେଇଥିବା ପ୍ରଥମ ନିର୍ଦ୍ଦେଶନାମାରେ ୨ ମାସ ପାଇଁ ଏଲପିଜି ସିଲିଣ୍ଡର ଗଚ୍ଛିତ ରଖିବାକୁ କୁହାଯାଇଥିବା ବେଳେ, ଦ୍ୱିତୀୟ ଟିରେ ସ୍କୁଲ ଗୃହକୁ ସୁରକ୍ଷାକର୍ମୀଙ୍କ ପାଇଁ ଖାଲି କରିବାକୁ କୁହାଯାଇଛି । ତେବେ ନିର୍ଦ୍ଦେଶନାମା ଆସିବା ପରେ ଲୋକଙ୍କ ମନରେ ଛନକା ପସିଛି । ବିଗତ କିଛିଦିନ ହେବ ସୀମାରେ ଉତ୍ତେଜନା ବଢୁଥିବା ବେଳେ ବର୍ତ୍ତମାନ କରକାରଙ୍କ ନିର୍ଦ୍ଦେଶନାମା ଲୋକଙ୍କୁ ଭୟଭିତ କରାଇଛି । ଅନ୍ୟପଟେ ଲଦାଖକୁ ଲାଗି ରହିଥିବା ଗାନ୍ଧାରବଳ ଜିଲ୍ଲାର ସ୍କୁଲ ଓ ଅନ୍ୟ କୋଠାକୁ ସେନା ପାଇଁ ଖାଲି କରିବାକୁ ସରକାରଙ୍କ ନୋଟିସ ରେ ଉଲ୍ଲେଖ କରାଯାଇଛି ।

 

https://twitter.com/Parvaizahmadwa8/status/1277132091096887296

ଜାମ୍ମୁ କାଶ୍ମୀରର ଉପରାଯ୍ୟପାଳାଙ୍କ ଆଡଭାଇଜର ଏକ ବୈଠକରେ ଉପତ୍ୟାକାରେ ଏଲପିଜି ସିଲିଣ୍ଡର ମହଜୁଦ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଦେଶରେ ଉଲ୍ଲେଖ ରହିଛିଯେ ଭୂଷ୍କଳନ ପାଇଁ ରାଷ୍ଟ୍ରମୁଖ୍ୟ ସଡ଼କ ବନ୍ଦ ହେବାର ସମ୍ଭାବନା ରହିଛି ତେଣୁ ଏହି ଆଦେଶ କୁ ମୋଷ୍ଟ ଅର୍ଜେଣ୍ଟ ମ୍ୟାଟର ଭାବେ ଗ୍ରହଣ କରିବାକୁ କୁହାଯାଇଛି ।

ଅନ୍ୟପଟେ ଆଉଏକ ନିର୍ଦ୍ଦେଶ ନାମାରେ ସୁରକ୍ଷା ଅଧିକାରୀଙ୍କ ପାଇଁ ସ୍ଥାନିୟ ୧୬ଟି ସ୍କୁଲ ଗୃହକୁ ଖାଲି କରିବା ପାଇଁ କୁହାଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି ୨୦୨୦ରେ ହେବାକୁଥିବା ଅମରନାଥ ଯାତ୍ରା ପାଇଁ କେନ୍ଦ୍ରୀୟ ସସସ୍ତ୍ର ପୋଲିସ ବଳଙ୍କ ରହିବା ସକାସେ ଏସବୁ ଖାଲି କରାହେବ ।

Show More

Related Articles

Back to top button